Type Here to Get Search Results !

ଆକ୍ସନ ମୋଡରେ ପ୍ରଶାସନ; ସାର କଳାବଜାରୀକୁ ରୋକିବା ପାଇଁ ତହସିଲଦାରଙ୍କ ଚଢ଼ଉ


ବଲାଙ୍ଗିର :- 

କଣ୍ଟାବାଞ୍ଜି ଅଞ୍ଚଳରେ ସାର କଳାବଜାରୀ ରୋକିବାକୁ ସ୍ଥାନୀୟ ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଗତକାଲି ବୁଧବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ତହସିଲଦାର ସହରରେ ଥିବା ସାର ଦୋକାନ ଉପରେ ଅଚାନକ ଚଢ଼ଉ କରିଛନ୍ତି।ଚଢ଼ଉ ସମୟରେ ତହସିଲଦାର ସାର ଦୋକାନରେ କେତେ ପରିମାଣର ସାର ଏବଂ କେଉଁ ସବୁ ସାର ମହଜୁଦ ଅଛି ତାହା ଯାଞ୍ଚ କରିଥିଲେ।ଚଢ଼ଉ ହେଉଥିବା ଖବର ପାଇ କିଛି ସାର ଦୋକାନୀ ଦୋକାନ ବନ୍ଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଯଦି କୌଣସି ସାର ଦୋକାନୀ ସାର କଳାବଜାରୀ କରେ ତେବେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି। ଚଢ଼ଉ ସମୟରେ ତହସିଲଦାରଙ୍କ ସହି ଅତିରିକ୍ତ କୃଷି ଅଧିକାରୀ ମଧ୍ୟ ସାମିଲ ଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.