Type Here to Get Search Results !

ପ୍ରସ୍ତାବିତ ତାଳଚେର ମେଡିକାଲ୍ କଲେଜ ପାଇଁ ବୈଠକ

 

ଅନୁଗୁଳ :-

ଆଜି ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ମେଡିକାଲ କଲେଜ ଚାଲିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲା ।ଉକ୍ତ ବୈଠକରେ ମାନ୍ୟବର ସ୍ବାସ୍ଥ୍ୟ/ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ,ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ, ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ,ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନ,ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓଡିଶା,ରାଜ୍ୟ ବିକାଶ ସଚିବ ଓଡିଶା, MCLର ଉଚ୍ଚ ପଦାଧିକାରୀ CMD,DP,DF,ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ DMETର ପଦାଧିକାରୀ ଉପସ୍ଥିତ ରହି ଆସନ୍ତା ୨୦୨୩ ନୂତନ ଶିକ୍ଷା ବର୍ଷରେ ମେଡ଼ିକାଲ କଲେଜରେ ନାମ ଲେଖା ସହ ପାଠ ପଢିବା ପ୍ରକ୍ରିୟା ଆରମ୍ଭ ହେବା ସହିତ MCL କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହିତ ଯଥାଶୀଘ୍ର MOU କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହିତ ୬ ମାସ ମଧ୍ୟରେ ତାଳଚେର ମେଡିକାଲ କଲେଜରେ ପ୍ରଥମେ ଚିକିତ୍ସା ଆରମ୍ଭ କରାଯିବ ।ଆସନ୍ତାକାଲି ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତାଳଚେର ମେଡ଼ିକାଲ କଲେଜର କୋଠା ଏବଂ ଏହାର ଆନୁସଙ୍ଗିକ କାର୍ଯ୍ୟ ପରିଦର୍ଶନ କରିବେ । ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.