Type Here to Get Search Results !

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ରେ ସାମିଲ୍ ହେଲା ପଦ୍ମପୁର ଭାରତୀୟ ଜନତା ପାର୍ଟି


ପଦ୍ମପୁର :-

ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ପ୍ରଥମଥର ପାଇଁ ଏକ ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେଲା ପରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଛି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି, ପଦ୍ମପୁର ନଗର ମଣ୍ଡଳ ସଭାପତି ସୁନିଲ୍ ଅଗ୍ରୱାଲ ଙ୍କ ନେତୃତ୍ବରେ ସ୍ଥାନୀୟ ରାଜାଜୀ ଟାଉନ୍ ହଲ୍ ରୁ ଏକ ରେଲି ବାହାରି ଭେଉଁରିଆ ଛକରେ ବିଜୟ ଉତ୍ସବ ପାଳନ କରାଯାଇଥିଲା, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜଣେ ଓଡ଼ିଆ ଆଦିବାସୀ ମହିଳା ଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା,ଏ ଅବସରରେ ରଞ୍ଜୁ ସେଠ୍, ସରସ୍ଵତୀ ସାହୁ,କୁନାଲ୍ ପାଣିଗ୍ରାହୀ,ସୁମିତ୍ ଘିବେଲା, ହରିଶଙ୍କର ସିଂହ, ଆଦିତ୍ୟ କୁମାର ରଥ,ଜୌତ୍ସ୍ନାରାଣୀ କର,ନଳିନୀ ସାହୁ,ସୁବାଷ ପାତ୍ର, ପ୍ରମୋଦ ମେହେର୍, ସରୋଜ ମିଶ୍ର, ପ୍ରତାପ ନାଥ, ଅମିତ୍ ଅଗ୍ରୱାଲ, ଜିତେନ୍ଦ୍ର ସୁନାନୀ, ନରୋତ୍ତମ ପଧାନ, ଦେବରାଜ ସାହୁ,ମୁରାରୀ ସାହୁ, ସୁବ୍ରତ ସାହୁ, ମଣ୍ଟୁ ପାଣ୍ଡେ,ଦିନେଶ୍ ବାରିକ୍, ପୂର୍ଣଚନ୍ଦ୍ର ମେହେର୍, ଅମିତ୍ ଘିବେଲା, ହୀରା ସରାଫ୍ ,ଧର୍ମୁ ରଣା, ସଦାନନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.