ଚମ୍ପୁଆ :-
ଗତ କାଲି ରାତି ଚମ୍ପୁଆ ମହାବୀର ଛକ ନିକଟ ୨ ଟି ଦୋକାନ ର ଛପର ଭାଙ୍ଗି ଚୋରୀ ହୋଇଥିବା ଜଣା ପଡ଼ିଛି। ଚୋର ମାନେ ଚୋରୀ କରିବା ପୂର୍ବରୁ ୨ ଦୋକାନ ପାର୍ଶ୍ଵ ରେ ଲାଗିଥିବା ସିସିଟିଭି ର ସମ୍ପର୍କ ଛିନ୍ନ କରି ଦୋକାନ ର ଛାଉଣୀ ଭାଙ୍ଗି ଦୋକାନ ଭିତରେ ପଶି ଚୋରୀ କରିବାରେ ସଫଳ ହୋଇଛନ୍ତି। ଆଶ୍ଚର୍ଯ୍ୟ ର କଥା ଯେ ମହାବୀର ଛକ ରେ ରାତି ସାରା ପୋଲିସ ପହରା ରହିଥିବା ସତ୍ତ୍ବେ ଚୋର ମାନେ ପ୍ରଦୀପ ନନ୍ଦ ଙ୍କ ଔଷଧ ଦୋକାନ ଓ ରୁପେଶ ରାମ ଙ୍କ ତେଜରାତି ଦୋକାନ ରୁ ଚୋରୀ କରି ନେଇଥିଲେ ମଧ୍ୟ ପୋଲିସ ଏ ଚୋରୀ ସମ୍ପର୍କ ରେ ଟେର ପାଇ ପରି ନ ଥିଲା। ଚୋର ମାନେ ତେଜରାତି ଦୋକାନ ର ଆଜବେଷ୍ଟସ ଛପର ଭାଙ୍ଗି ଦୋକାନ ରୁ କିଛି ଟଙ୍କା ଓ ତେଜରାତି ସାମଗ୍ରୀ ଚୋରୀ କରି ନେଇଥିବା ବେଳେ ଔଷଧ ଦୋକାନ ରୁ କିଛି ଟଙ୍କା ଓ ସାମଗ୍ରୀ ଚୋରୀ କରି ନେଇଥିଲେ। ଏ ନେଇ ଦୁଇ ଦୋକାନୀ ପକ୍ଷ ରୁ ପୃଥକ୍ ପୃଥକ୍ ଦୁଇଟି ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି।

