ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଡାକ୍ତର ନଥିବା ବେଳେ ୪ଜଣ ଡାକ୍ତର ଇସ୍ତଫା ଦେବା ଘଟଣାକୁ ନେଇ ତୁଷୁରା ୟୁଥ୍ ଏକ୍ସନ କମିଟି ପକ୍ଷରୁ ମଙ୍ଗଳବାର ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ସହରର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବା ଗୁଡିକ ସ୍ବାଭାବିକ ରହିଛି। ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଚାରି ଚକିଆ ଗାଡି, ଯାତ୍ରୀବାହୀ ବସ ବନ୍ଦ ରହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତଶାନ୍ତିପୂର୍ଣ୍ଣ ଭାବେବନ୍ଦରହିଛି। ସୂଚନା ଅନୁସାରେ, ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଯୋଗୁଁ ରୋଗୀ ସେବାରେ ବାଧାପ୍ରାପ୍ତ ହେବା ସହ ରାତ୍ରୀକାଳୀନ ମେଡିକାଲ ସେବା ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ଏଥିସହ ତୁଷୁରା ଚିକିତ୍ସାଳୟକୁ ଶହେ ବର୍ଷ ବିତିଯାଇଥିବା ସହ ଏନଏସିର ୮ବର୍ଷ ବିତିଯାଇଥିବା ସତ୍ତ୍ୱେ ଏଠାରେ କୌଣସି ଉନ୍ନତି ହୋଇନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବା ନେଇ ଚେତାବନୀ ଦେଇଛି ଯୁଥ ଏକ୍ସନ କମିଟି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

