Type Here to Get Search Results !

ମୁଖ୍ୟ ଶାସନ ସଚିବଙ୍କ ନା ରେ ଫେକ ଏକାଉଣ୍ଟ୍

 

ଭୁବନେଶ୍ୱର :-

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ୍ ଚନ୍ଦ୍ର ମହାପାତ୍ର ଙ୍କ ନା ରେ ଫେକ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲି ଟଙ୍କା ମାଗିବା ଘଟଣା ବିଷୟରେ ଅବଗତ କରାଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। କେହି ଦୁର୍ବୃତ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ନା ରେ WhatsApp ରେ ଫେକ୍ ଆଇଡି ଖୋଲି ବିଭିନ୍ନ ଲୋକଙ୍କୁ ଟଙ୍କା ମାଗିବା ସହ ରାଉରକେଲା ପହଞ୍ଚି ଦେବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି। କେବଳ ମୁଖ୍ୟ ଶାସନ ସଚିବ ନୁହନ୍ତି ବହୁ ବିଶିଷ୍ଟ ଲୋକଙ୍କ ନା ରେ ଏଭଳି ଫେକ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲି ଟଙ୍କା ମାଗିବା ଭଳି ଘଟଣା ଏବେ ପ୍ରାୟତଃ ଦେଖିବାକୁ ମିଳୁଛି। ତେବେ ଆଗାମୀ ଦିନରେ ରାଜ୍ୟ ପୋଲିସ୍ ଓ ଆଇଟି ସେଲ ଏହାକୁ ନେଇ କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଦେଖିବା ବାକି ରହିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.