Type Here to Get Search Results !

ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଙ୍କ ସମ୍ପୂର୍ଣ ଫଇସଲା


ବରଗଡ଼ / ଝାରବନ୍ଧ :- 

ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଝାରବନ୍ଧ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଲକ ଅଧିକାରୀ ମାନଙ୍କ ସହ ମୋଟ ୧୭୧ ଟି ଅଭିଯୋଗ ଉପରେ ଶୁଣାଣୀ କରି ଗୁରୁତ୍ୱ ପୂର୍ଣ୍ଣ ଅଭିଯୋଗ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ଉକ୍ତ ସର୍ବ ସାଧାରଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥାପିତ ମୁଖ୍ୟ ସମସ୍ୟା ଗୁଡ଼ିକ ମଧ୍ୟରେ ଝାରବନ୍ଧ ବ୍ଲକ ର କୁକୁରୀ ପାଲି ଗ୍ରାମ କିଛି ହିତାଧିକାରୀ RAD ଯୋଜନା ରେ ନିଜ ବ୍ୟାଙ୍କ୍ ଆକାଉଣ୍ଟ ରେ ଛେଳି କିଣିବା ପାଇଁ ସରକାର ଙ୍କ ଠାରୁ ପଇସା ପଡ଼ିଥିଲା ।କିନ୍ତୁ ଉକ୍ତ ଅଧିକାରୀ ମାନେ ଟଙ୍କା ପଡ଼ିବା ପରେ ନିଜେ ଛେଳି କିନିଦେବାକୁ କହି ହିତାଧିକାରୀ ଙ୍କ ପାଖରୁ ଜମା ଟଙ୍କା ଉଠାଇ ଆଣିଥିଲେ ।ମାସ ମାସ ବିତିଗଲା ପରେ ମଧ୍ୟ ହିତାଧିକାରୀ ମାନେ ଛେଳି ପାଇଲେ ନାହିଁ କି ତାଙ୍କ ଟଙ୍କା ଫେରସ୍ତ ପାଇଲେ ନାହିଁ ଏବଂ ଉକ୍ତ ଅଧିକାରୀ ମାନଙ୍କ କୌଣସି ପତ୍ତା ବି ପାଇଲେ ନାହିଁ । ଏହି କାରନାମା ର ମୁଖ୍ୟ ଅଟନ୍ତି ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ର PIO ୠଷି ମଣି ମାଝୀ ଓ ତାଙ୍କ out sourcing project associate ବିଶ୍ଵ ସେଠ୍ । ଏହି ଦୁଇ ସରକାରୀ ବାବୁ RAD ଯୋଜନା ରେ ଗରୀବ ଚାଷୀ ଙ୍କ ଉନ୍ନତୀ ପାଇଁ ଆସିଥିବା ଟଙ୍କା ହଡ଼ପ କରି ନେଇଛନ୍ତି ।ଝାରବନ୍ଧ ରେ କାର୍ଯ୍ୟ କରୁଥିବା ୠଷି ମଣି ମାଝୀ ବାବୁ ଜଣକ ଭଡା ଘରେ ରହୁଥିବା ଦର୍ଶାଇ ସରକାରଙ୍କ ଠାରୁ ନେଉଛନ୍ତି ଏବଂ ସେ ନିଜେ ନୂଆପଡ଼ା ଜିଲ୍ଲା ଖରିଆର ରେ ରହନ୍ତି ଏବଂ କେବଳ ଜରୁରୀ କାମରେ ଝାରବନ୍ଧ ଅଫିସ କୁ ଆସନ୍ତି । ଏହାର ସୁଯୋଗ ନେଇ ତାଙ୍କ ଅଧିନସ୍ଥ out sourcing project associate ବିଶ୍ଵ ସେଠ୍ ଏବେ ସେ ଅଞ୍ଚଳ ର ବିଭାଗୀୟ ମୁଖ୍ୟ ପାଲଟି ମନ ମାନି କରୁଛନ୍ତି । ଝାର୍ ବନ୍ଧ ଅଞ୍ଚଳ ର ଏପରି କଳା ଘୋଟାଲା ବାବଦ ରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଭଲ ଭାବେ ଅବଗତ ଥିବା ସତ୍ତ୍ୱେ ଉକ୍ତ ଅଧିକାରୀ ମାନଙ୍କୁ ଖରାପ କାମରୁ ନିବୃତ କରିବା ତ ଦୂରର କଥା ତାଙ୍କୁ ପଦେ କହିବାକୁ ମଧ୍ୟ ସାହସ କରି ନ ଥିବା ସୂଚନା ମିଳିଛି । ଏଣୁ ଆଜି ତାଙ୍କର କାର୍ଯ୍ୟ କଲାପ ରେ ଅତିଷ୍ଟ ହୋଇ ହିତାଧିକାରୀ ମାନେ ଜିଲ୍ଲାପାଳ ଙ୍କ ଠାରେ ଗୁହାରି କରିଛନ୍ତି । ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ସାଙ୍ଗେ ସାଙ୍ଗେ ଥାନା ଅଧିକାରୀ ଝାରବନ୍ଧ ଙ୍କୁ ଉକ୍ତ ଅଧିକାରୀ ମାନଙ୍କୁ ଥାନାକୁ ନେଇ ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଶ୍ଵ ସେଠ୍ ଏବଂ ଅନ୍ୟ ଜଣେ କର୍ମଚାରୀ ହିତାଧିକାରୀଙ୍କୁ ତାଙ୍କ ଟଙ୍କା ଫେରାଇ ଦେବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେବାରୁ ଥାନାରୁ ଫେରି ଥିବା ସୂଚନାରୁ ପ୍ରକାଶ ।ଏଣୁ ଉକ୍ତ ସରକାରୀ ବାବୁ ମାନଙ୍କ ଠାରୁ ଅଞ୍ଚଳ ର ସମସ୍ତ ହିତାଧିକାରୀ ମାନଙ୍କ ସମସ୍ତ ଅର୍ଥ ଭରଣା କରି ଏହି ବାବୁ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟ ରୁ ବହିଷ୍କାର କରାଯାଉ ବୋଲି ଜନସାଧାରଣ ମତ ପ୍ରକାଶ କରି କହିଛନ୍ତି ।ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.