ବଲାଙ୍ଗିର :-
ବଲାଙ୍ଗିର ଜିଲା ଲୋଇସିଂହା ବ୍ଳକ ଉପର ବାହାଲ ଗ୍ରାମର ଜଣେ ସଫଳ ଓ ଜଣାଶୁଣା ଧାନ, ପନିପରିବା ଓ କପା ଚାଷୀ ତଥା ଆଦର୍ଶ ମଣିଷ ହେଉଛନ୍ତି ରୁଦ୍ର କିଶୋର୍ ସାହୁ । ବୟସ ପାଖାପାଖି 70 ବର୍ଷ,ପରିବାର କହିଲେ ନିଜର ଦୁଇ ପୁଅ ଓ ବୋହୁ,ନାତି ନାତୁଣୀ ଙ୍କୁ ନେଇ ତାଙ୍କର ଏକ ଛୋଟିଆ ସଂସାର । ଲୋୟର୍ ଶୁକତେଲ ଡେମ୍ ବିଭାଗର ଜଣେ ଅମିନ ଭବରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିସାରିଥିବା ରୁଦ୍ର କିଶୋର୍ କେବଳ ଜନେ ସଫଳ କପl ଚାଷୀ ନୁହଁନ୍ତି, ସେ କପା ଚାଷୀ ମାନଙ୍କୁ ତାଲିମ ଦେବା ପାଇଁ ଜିଲ୍ଲାର ବିଭିନ୍ନ୍ ସ୍ଥାନକୁ ଯାଇଥାନ୍ତି । ନିଜ ଗାଁ ରେ ଥିବା ୫ ଏକର ଜମିରେ ଧାନ,ପନିପରିବା ଓ କପା ଚାଷ କରି ନିଜକୁ ଓ ନିଜ ପରିବାରକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ଶ୍ରୀ ରୁଦ୍ର କିଶୋର ସାହୁ । ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ ଏହି ପରିଣତ ବୟସରେ ମଧ୍ୟ ନିଜ ଘରେ ଏକ ପଞ୍ଜିକୃତ ସାର ଦୋକାନ ଚଳାଉଛନ୍ତି ରୁଦ୍ର କିଶୋର ସାହୁ । ଏହି ଚାଷୀ ଜଣକ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ନିଜର ଗୋଟିଏ କିଡ଼ନୀ ହରାଇଥିବା ରୁଦ୍ର କିଶୋର ସାହୁ କେବେ ନିଜକୁ ହlର୍ ମାନି ନାହାଁନ୍ତି ।
ଜଣେ ସଫଳ ଚାଷୀ ଭାବରେ ରୁଦ୍ର କିଶୋର ସାହୁ , ୨୦୦୬ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଅନେକ ପ୍ରତିକୂଳ ପରିସ୍ଥିତି କୁ ସାମନା କରି ମଧ୍ୟ ରୁଦ୍ରକିଶୋର୍ ନିଜର ମନୋବଳକୁ ସୁଦୃଢ କରିବା ସହ ସବୁବେଳେ କର୍ମତତ୍ପର ହୋଇ ବଲାଙ୍ଗିର ଜିଲ୍ଲା ରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତାଙ୍କର ବକ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତି ବ୍ଳକ ସ୍ତରରେ କୃଷି ବିଭାଗର ର ଅଧିକାରୀ ମାନେ ଉପସ୍ଥିତ ରହି ଚାଷୀ ମାନଙ୍କୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା କଥା ବୋଲି ପ୍ରକାଶ କରିଛନ୍ତି । ଦେଖିବାର ବାକି ରହିଲା ରୁଦ୍ର କିଶୋର ସାହୁ ଙ୍କ କହିବା ଅନୁଯାୟୀ,ଜିଲ୍ଲା ପ୍ରଶାସନ, ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍


