Type Here to Get Search Results !

୪୦ଫୁଟ୍ କେନାଲ ତଳକୁ ଖସିଲା ଟ୍ରକ : ଟ୍ରକକୁ ଉଦ୍ଧାର କରିବାକୁ ଯାଇ କ୍ରେନ୍ ବି ଖସିଲା ତଳକୁ

 


ତାଳଚେର :-

 ତାଳଚେର ସଦର ଥାନା ଅନ୍ତର୍ଗତ ତାଳଚେର କଲେଜ ନିକଟସ୍ଥ କନକେଇ ପୀଢ଼ ଦେଇ ଯାଇଥିବା ପ୍ରାୟ ୫୦ଫୁଟ୍ ଗଭୀରତମ କେନାଲ ଗର୍ଭକୁ ଆଜି ଏକ ଡ଼୍ରମ୍ଫର କୌଣସି କାରଣରୁ ପାଣିଭିତରକୁ ଖସିପଡ଼ିଥିଲା । ସେହି ଟ୍ରକକୁ ଉଦ୍ଧାର କରିବାକୁ ଯାଇଥିବା କ୍ରେନ୍ ମଧ୍ୟ ଉଦ୍ଧାର କରୁଥିବା ବେଳେ ସେହି କେନାଲରେ ତଳକୁ ଖସି ଯାଇଥିଲା । ତେବେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଥିଲେ ଉଭୟ ଗାଡ଼ିର ଚାଳକ ।

ଘଟଣାରୁ ପ୍ରକାଶ, ଏକ ଡ଼୍ରମ୍ଫର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କୌଣସି କାରଣବସତଃ ହଠାତ୍ ନିଜର ରଭାରସ୍ୟାମ ରାଜପଥ ପାଶ୍ୱର୍ରେ ଲାଗି ରହିଥିବା ଗଭୀରତମ କେନାଲ ଗର୍ଭରେ ଖସିପଡିଥିଲା । ଏହାକୁ ଉଦ୍ଧାର କରିବାପାଇଁ ଯାଇଥିବା ଏକ କ୍ରେନ୍  ଉଦ୍ଧାର କରୁଥିବା ଅବସ୍ଥାରେ ସେ ମଧ୍ୟ ଭାରସ୍ୟାମ ହରାଇ ସେହି କେନାଲ ଭିତରକୁ ଖସିପଡ଼ିଥିବା ଦେଖିବାକୁ ମଳିଛି । ଏହି ଘଟଣା ଏତେ ଭୟଙ୍କର ହୋଇଥିଲେ ମଧ୍ୟ ଉଭୟ ଗାଡ଼ି ଚାଳକ ସାମାନ୍ୟ ଆହାତ ହୋଇ ଅଳ୍ପକେ ବର୍ତି ଯାଇଥିବା ଘଟଣା ସମଗ୍ର ତାଳଚେରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତେବେ ଏହାକୁ ଦେଖିବାକୁ ଘଟଣା ସ୍ଥଳରେ ସହସହ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।  ଏହି ଜାତୀୟ ରାଜପଥଟି ଅତି ସଂକୀର୍ଣ୍ଣ ଥିବା ସହ ହଠାତ୍ ବୁଲାଣିଆ ରହୁଥିବାରୁ ସେହି ସ୍ଥାନଟି ଯାନବାହାନ ଚଳାଚଳ ପାଇଁ ଗାଡ଼ି ଚାଳକମାନେ ଦ୍ୱନ୍ଦରେ ପଡ଼ିଥାନ୍ତି । ଏହି ସ୍ଥାନଟି ଏକ ଦୁର୍ଘଟଣା ସ୍ଥଳ ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ହେଲେ ସାମାନ୍ୟତମ ନିଘା ନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.