ବନ୍ତ :-
ଜଣେ ଶିକ୍ଷୟତ୍ରୀଙ୍କ ନାଲିଆଖି ,ସ୍କୁଲ ଆସିବା ସମୟ ପଚାରିବାରୁ ବାନ୍ଧି ପିଟିବାର ଧମକ । ଆବଶ୍ୟକ ହେଲେ ଜନାକାରୀ କେଶ ଦେବାର ଭୟ ଦେଖାଇଲେ ଆମ ସରକାରୀ ଦିଦି ।ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଇପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶିକ୍ଷୟତ୍ରୀଙ୍କ ଏମିତି ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଆଜି ସ୍କୁଲ ସମ୍ମୁଖରେ ଅଭିଭାବକ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଭିଭାବକ ମାନଙ୍କର କହିବା କଥାକି ଆମ ପ୍ରଧାନ ଶିକ୍ଷୟତ୍ରୀ (MDM)ମିଲ 10ଜଣ ପିଲା ଆସୁଥିବା ବେଳେ 30ଜଣଙ୍କ ନାମ ପକେଇବା ସହିତ ସ୍କୁଲ ଉନ୍ନତି କରଣ ପାଇଁ ଆସୁଥିବା ଟଙ୍କାକୁ ବିଭିନ୍ନ ମାଧ୍ୟମରେ ହରିଲୁଟ କରିବା ସହିତ ପ୍ରତିଦିନ ବିଳମ୍ବରେ ସ୍କୁଲ ଆସୁଥିବାର ଅଭିଯୋଗ ହେବାରୁ ସେ ଅଭିଭାବକ ଓ ଗ୍ରାମବାସୀ ମାନଙ୍କୁ ଧମକ ଦେଉଥିବା ଭିଡ଼ିଓ ମଧ୍ଯ କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଜି ମଧ୍ଯ ପଚାରିବାରୁ ଏମିତି ଧମକ ଦେଉଛନ୍ତି ଆମ ପ୍ରଧାନ ଶିକ୍ଷୟତ୍ରୀ। ତେବେ ଏହି ଘଟଣା ଜାଣିବା ପରେ ଆମେ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ହେଲେ ଦିଦି ଆମର ସବୁ ଜାଣି କିଛି ନଜାଣିଲା ପରି ଅଭିନୟ କରି ଆମ କ୍ୟାମେରା ଆଗକୁ ଆସିନଥିଲେ। ସେପଟେ ଦିଦି ଙ୍କୁ ସହଯୋଗ କରିବାପାଇଁ ସ୍ୱାମୀ ଶିକ୍ଷାନୁଷ୍ଠାନ ଭିତରକୁ ପଶି କମିଟି ମେମ୍ବର ମାନଙ୍କୁ ଗାଳି କରିବା ଭିଡିଓ ଆପଣ ଦେଖିଲେେ । ହେଲେ ଏଠି ପ୍ରଶ୍ନ ସରକାର କେବେ ଠୁ ନିର୍ଦେଶନାମା ଜାରିକଲେ କି ସ୍ତ୍ରୀ ଯଦି ଶିକ୍ଷକ ତାଙ୍କ ସ୍ଵାମୀ ବିଦ୍ୟାଳୟରେ ପହଞ୍ଚି ଦବଙ୍ଗଗିରି କରିବାକୁ? ଏମିତି ବାରମ୍ବାର ଆମ ସରକାରୀ ସ୍କୁଲ ମାନଙ୍କରେ ଘଟୁ ଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା ଉପରେ ବିଭାଗୀୟ ଅଧିକାରୀ ମାନେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

