ଧାମନଗର :-
ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ ଆଲୋଚନା ଚକ୍ର ଧାମନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧାମନଗର ଏନ ଏ ସି ଅଧକ୍ଷା ନିବେଦିତା ଜେନା ମୋହାଦୟା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଚୁନିବଳା ବିଶ୍ଵାଳ ମୋହଦୟା, ଧାମନଗର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ମହୋଦୟ, ଧାମନଗର ଥାନାଧିକାରୀ ବନମାଳୀ ବାରିକ ମହୋଦୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପୂର୍ବ ବେହେରା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଦୀପ ମହାପାତ୍ର,ରାଜ୍ୟ ଶୃଙ୍ଖଳା କମିଟି ର ସଦସ୍ୟ ଓ ଜିଲ୍ଲା ସଭାପତି ବରିଷ୍ଟ ସାମ୍ବାଦିକ ରବି ନାରାୟଣ ଖିଲାର ମହୋଦୟ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ମାନେ ସାମ୍ୱାଦିକ ମାନଙ୍କ ସମାଜ ପ୍ରତି ଥିବା ତାଙ୍କର ବଳିଦାନ କୁ ଆଲୋଚନା କରିଥଲେ, ସାମ୍ୱାଦିକ ମାନଙ୍କର ସ୍ବାସ୍ଥ୍ୟ ବିମା ରାଶି ବୃଦ୍ଧି , ସାମ୍ୱାଦିକ ମାନଙ୍କର ସୁରକ୍ଷା, ବିଷୟରେ ଆଲୋଚନା କରିଥଲେ, ସେହିପରି ଯୁବ ସାମ୍ୱାଦିକ ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିବା ସହ କିପରି ସମାଜ ରେ ଏକ ନିରପେକ୍ଷ ସମ୍ବାଦ ପରିବେଷଣ କରିବେ ବରିଷ୍ଠ ସାମ୍ବାଦିକ ଉପଦେଶ ଦେଇଥିଲେ। ଏହି ସାଧାରଣ ବୈଠକ ରେ ବରିଷ୍ଟ ସାମ୍ବାଦିକ ମାନେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

