କୁଜଙ୍ଗ :-
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଂଚାୟତ ର ପଥୁରିଆ ଗ୍ରାମର ମାମିନା ପରିଡା ସ୍ୱାମି ସୁକାନ୍ତ ପରିଡା ଙ୍କୁ ନିଜ ପଥୁରିଆ ସ୍ଥିତ ବାସ ଭବନ ରେ କିଛି ଅସସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଛନ୍ତି ବୋଲି ସେ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି l ସୂଚନାଯୋଗ୍ୟ ଯେ ଗତ 21 ତାରିଖ ରାତିରେ ଘରେ ମାମିନା ତାଙ୍କ ପରିବାର ସହିତ ସୋଇଥିବା ବେଳେ ରାତି ପ୍ରାୟ 12ସମୟରେ ହଟାତ ସେଇ ଗ୍ରାମର କିଛି ଅସମାଜିକ ଯୁବକ ମିଳିତ ଭାବେ କବାଟ ବାଡେଇଥିଲେ l କବାଟ ବାଡ଼େଇବlଶୁଣୀ ମାମିନା କବାଟ ଖୋଲିଲାବେଳେ ହଟାତ ଏମାନେ ମାରାଣତମକ ଆକ୍ରମଣ କରିଥିଲେ l ଏହା ସହିତ ତାଙ୍କ ଘରେ ଥିବା ଚାରିଚକିଆ ଗାଡି କୁ ଭଙ୍ଗାରଜା କରିଥିଲେ l ଏହି ଘଟଣାକୁ ନେଇ ମାମିନା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ l
ଅଭିଯୋଗ ଅନୁଯାଇ ଅଭିଯୁକ୍ତ ଙ୍କ ଉପରେ ଆଇପିସି ଧାରା 341, 323, 294, 354 ,506,427,34 ଦଫା ଲାଗିଛି l କିନ୍ତୁ ସାତ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗାଁ ରେ ବୁଲୁଥିଲେ ମଧ୍ୟ କୁଜଙ୍ଗ ପୋଲିସ କାହାରିକୁ ଧରିପାରିନାହିଁ l ଯାହାଦ୍ୱାରା ସେମାନେ ପୁନଶ୍ଚ ମାମିନା ଘରକୁ ଆସି ଅସଭ୍ୟ ଗାଳି ଦେବାସହ ପୋଲିସ ଆମର କିଛି କରିପାରିବନି ବୋଲି କହୁଛନ୍ତି l ତୁରନ୍ତ ମାମିନା ଏବଂ ତାଙ୍କ ପରିବାର କୁ ନ୍ୟାୟ ଦେବାପାଇଁ ସେମାନେ ଦାବି କରିଛନ୍ତି lଜଗତସିଂହପୁର କୁଜଙ୍ଗ ରୁ କୈଳାସ ବେହେରା ଙ୍କ ରିପୋର୍ଟ

