Type Here to Get Search Results !

ମୁନିଗାଡ଼ି ସେବା ସମବାୟ ସମିତିର ସଭାପତି ଭାବେ ଦୁର୍ଗା ପ୍ରସାଦ ମହାପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ


ଗଞ୍ଜାମ : -

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମୁନିଗାଡ଼ି ସେବା ସମବାୟ ସମିତିର ସଭାପତି ଭାବେ ଦୁର୍ଗା ପ୍ରସାଦ ମହାପାତ୍ର ନିର୍ଦ୍ୱନ୍ଦ ରେ ବିଜୟ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସୁକାନ୍ତ କୁମାର ନାୟକ ଘୋଷଣା କରିଥିଲେ । ଏହି ଅବସରରେ ମୁନିଗାଡ଼ି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନବ ନିର୍ବାଚିତ ସଭାପତି ଙ୍କ ସମେତ ସମିତି ର ପରିଚାଳନା ସଦସ୍ୟ ମାନଙ୍କୁ ପଞ୍ଚାୟତ ବାସି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସମିତିର ଯଶ ଓ ସନମାନ ବୃଦ୍ଧି ସାଙ୍ଗକୁ ଚାଷୀ ଙ୍କ ଉର୍ନତି, ଋଣ ବ୍ୟବସ୍ଥା, ସମିତିର ନୂତନ କୋଠ ଗୃହ, ସାର ଓ ବିହନ ର ସୁବନ୍ଧବସ୍ତ କରିବା ସକାଶେ ନିର୍ବାଚିତ ପ୍ରତିନିଧି ମାନେ ଚାଷୀ ଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ସମ୍ଭର୍ଦ୍ଧନା ସଭାରେ ବରିଷ୍ଠ ବିଜେଡି ନେତା ତଥା କେନ୍ଦୁପଦର ପଞ୍ଚାୟତ ର ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ , ମୁନିଗାଡ଼ି ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଉପସ୍ଥିତି ରେ ସମିତିର ପରିଚାଳନା ସଦସ୍ୟ ଦିଗାମ୍ବର ଜେନା, ସନ୍ତୋଷ କୁମାର ସ୍ୱାଇଁ, ଧବଳେଶ୍ୱର ସ୍ୱାଇଁ, ସନ୍ତୋଷ କୁମାର ଖଟାଇ, ରାମଚନ୍ଦ୍ର ପଲାଇ,ଅଶୋକ କୁମାର ସାହୁ, ସୁଦର୍ଶନ ନାୟକ, ନିମାଇଁ ଚରଣ ନାୟକ, କସ୍ତୁରୀ ଜେନା, ରୋଜି ଜେନା, କେ ଧନ ଲକ୍ଷ୍ମୀ ଦୋରା,ପୁଷ୍ପାଞ୍ଜଳି ଗୌଡ଼ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.