Type Here to Get Search Results !

"ପୁଣି ଏକ ଦାଦନ ଦୁଃଖ" କ୍ଷତିପୂରଣ ଦାବିରେ ପରିବାରଲୋକେ ମୃତଦେହ ରଖି ରାସ୍ତା ରୋକ


ବଲାଙ୍ଗିର :-

ବଲାଙ୍ଗିର ଜିଲା ପାଟଣାଗଡ଼ ରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର କୁନୁକୁପଡ଼ାରେ ଥିବା କାଲାମ ଟେକ୍ସଟାଇଲ ମିଲକୁ କାମ କରିବାକୁ ଯାଇ ମେସିନରେ ପଡ଼ି ପାଟଣାଗଡ଼ ବ୍ଲକ ଅଧୀନସ୍ଥ ବରପଦର ଗ୍ରାମର ମୁରଲୀ କୁମ୍ଭାର (52) ଙ୍କର କିଛି ଦିନ ତଳେ ମୃତ୍ୟୁ ଘଟିଥିଲା । ଆଜି ମୁରଲୀଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହ କିଛି ସମ୍ପର୍କୀୟ ବରପଦର ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବୀରେ ପାଟଣାଗଡ଼-ଲରମ୍ଭା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପାଟଣାଗଡ଼ ଶ୍ରମ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ପରେ ପାଟଣାଗଡ଼ ବିଡ଼ିଓ ନୀଳମାଧବ ସୁନାଙ୍କ ସହ ସହକାରୀ ଅତିରିକ୍ତ ଉପ ଜିଲ୍ଲାପାଳ କ୍ଷୀରୋଦ ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ତାଙ୍କ ସ୍ତ୍ରୀଙ୍କୁ ଭତ୍ତା ଦେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.