Type Here to Get Search Results !

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କାର୍ଯ୍ୟକ୍ରମ

 

ଝାରସୁଗୁଡ଼ା : - 

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କାର୍ଯ୍ୟକ୍ରମ ଉଜ୍ଜ୍ବଳ ଭାରତ - ଉଜ୍ଜ୍ୱଳ ଭବିଷ୍ୟତ , ପାୱାର @ ୨୦୪୭ ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦ୍ଘାଟନ କରିଥିଲେ । ଜିଲ୍ଲାରେ ସବୁ ଘରକୁ ବିଦ୍ୟୁତ ସଂଯୋଗ ସହ ଭୋଲ୍ଟେଜ ସମସ୍ୟା ଓ ଟ୍ରାନ୍ସଫର୍ମର ସମସ୍ୟାର ସାମାଧାନ ପାଇଁ କାର୍ଯ୍ୟ ଚାଲୁ ରହିଥିବା ଏବଂ ଏଥି ସକାଶେ ଜିଲ୍ଲାରେ ବିଦ୍ୟୁତ ସେବାରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି କୋଡ଼ିଏ ବର୍ଷ ପାଇଁ ଖସଡ଼ା ପ୍ରସୂତି କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଝାରସୁଗୁଡ଼ା ଜିଲ୍ଳାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଏନଟିପିସି , ଓପିଟିସିଏଲ ଓ ଟିପିଡବ୍ଲ୍ୟୁଓ ମିଳିତ ସହଯୋଗରେ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସ

ମ୍ମିଳନୀ କକ୍ଷରେ ଆୟୋଜିତ ବିଦ୍ୟୁତ ମହୋତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ଅଧ୍ୟକ୍ଷତା କରିବା ସହ ବିଜୁଳି ଶକ୍ତିର ଅଯଥା ଅପଚୟ ନ କରି ସମସ୍ତେ ଶକ୍ତି ସଞ୍ଚୟ କରିବା ଉପରେ ଗୁଋତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ । ଦର୍ଲିପାଲି ସ୍ଥିତ ଏନ ଟି ପି ସିର ଏଜିଏମ୍ ସନ୍ଦୀପ କୁମାର ଦାସ ବିଦ୍ୟୁତ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ଜଣ ଉପଭୋକ୍ତା ବିମଳା ଦେବୀ ନନ୍ଦ ଓ ଗଣେଶ ରାମ ବାଗ ବିଜୁଳିର ଉପାଦେୟତା ସମ୍ପର୍କରେ କହିଥିଲେ । ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ମନ୍ଦାକିନୀ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓପିଟିସିଏଲ୍ ଡିଜିଏମ୍ ସତ୍ୟବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଟିପିଡବ୍ଲ୍ୟୁଓ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା , ଏନଟିପିସି ଡିଜିଏମ୍ ସଞ୍ଜିତ କୁମାର ସେନାପତି , ଆସିଷ୍ଟାଣ୍ଟ ମ୍ୟାନେଜର ସୁଧୀର କୁମାର ପାଣି , ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷ ଡି . ଖୁରା , ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.