ବରଗଡ଼ / ପଦ୍ମପୁର :-
ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଲି ପଞ୍ଚାୟତ ର ମହୁଲ ପାଲି ହାଇସ୍କୁଲ ରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛ ଟିଏ ଲଗାଇବା କାର୍ଯ୍ୟ କ୍ରମ," ଅନୁଷ୍ଠିତ ହୋଇ ଯାଇଛି। ପ୍ରକୃତି ବନ୍ଧୁ ମୀନକେତନ ସାହୁ ଙ୍କ ଆହ୍ଵାନ କ୍ରମେ ଉକ୍ତ କାର୍ଯ୍ୟ କ୍ରମ ଆୟୋଜିତ ହୋଇଥିଲା ।ଅଧ୍ୟାପକ ଚିତ୍ତରଞ୍ଜନ ଦାଶ, ଚଳଚ୍ଚିତ୍ର ଅଭିନେତା ଜଗନ୍ନାଥ ସେଠ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରକୃତି ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ ଓ ସଂରକ୍ଷଣ ର ଆବଶ୍ୟକତା ଉପରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଉପସ୍ଥିତ ଛାତ୍ର ଛାତ୍ରୀ , ଶିକ୍ଷକ ବୃନ୍ଦ ଙ୍କୁ ଅଁଳା, ପିଜୁଳି ଓ ତତ୍ସମ ଚାରା ବଣ୍ଟନ କରି ନିଜ ନିଜ ଜାଗା ରେ ବୃକ୍ଷ ରୋପଣ କରି ସୁରକ୍ଷିତ କରିବାକୁ ଅନୁରୋଧ କରାଯାଇଥିଲା ।ଶେଷ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚାରା ରୋପଣ କରା ଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମ ରେ ପରିଚାଳନା କମିଟି ର ସଭାପତି ଝାସକେତନ ବେହେରା, ସ୍କାଉ ଟ୍ ଶିକ୍ଷକ କେଶବ ପ୍ରଧାନ, ଗୋକୁଳ ଗଡଟିଆ, ଦେବାଶିଷ ସାହୁ, ବିଜୟ ସାହୁ, ଉମାକାନ୍ତ ମେହେର, ଡୋଳା ମଣି ରଣା, କୁବେର ସାହୁ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

