Type Here to Get Search Results !

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ରେ ବନମହୋତ୍ସବ ଓ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ


ପଦ୍ମପୁର :-

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ବନମହୋତ୍ସବ ଓ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, ସଭାପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ, ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ଵାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ, ଚୈତନ୍ୟ ଗୁରୁଜୀ ପର୍ଯ୍ୟାୟ ପ୍ରମୁଖ, ଦୁର୍ବାଦଳ ସାହୁ ଗୁରୁଜୀ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ବିଦ୍ୟା ମନ୍ଦିର ଭାଇଭଉଣୀଙ୍କୁ ନେଇ ବିଦ୍ୟା ମନ୍ଦିର ପରିସରରେ ପରିବେଶ ସୁରକ୍ଷା ନିମିତ୍ତ 108ଟି ଚାରା ରୋପଣ କରାଯାଇ ବନମହୋତ୍ସବ ପାଳନ କରାଯାଇଥିଲା। ଗୁରୁପୂର୍ଣ୍ଣିମା ପାଳନ ଅବସରରେ ଶିଶୁ ମନ୍ଦିର ପରିସରରେ ସଂଜୀବ ସାହୁ ଗୁରୁଜୀ ବୌଦ୍ଧିକ ପ୍ରଦାନ କରିଥିବା ବେଳେ ବିଦ୍ୟାମନ୍ଦିର ପରିସରରେ ଚିତ୍ରା ଖର୍ସେଲ ଗୁରୁମା ବୌଦ୍ଧିକ ପ୍ରଦାନ କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.