Type Here to Get Search Results !

ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଅତି ମାନସ ଚେତନା ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା


ବରଗଡ଼/ ଝାରବନ୍ଧ :-

ସମଗ୍ର ଓଡ଼ିଶା ରେ ମହାଯୋଗି ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପରିକ୍ରମା କରୁଥିବା ଅତିମାନସ ଚେତନା ରଥ କୁ ଝାରବନ୍ଧ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଚେତନା ରଥ ଟି ପାଇକ ମାଲ ପାର ହୋଇ ଝାରବନ୍ଧ ଯିବା ବାଟରେ ତୁହୁଙ୍ଗି ଦାଦର୍ ଓ କୋଟନା ଗ୍ରାମ ପାଖ ରେ ଗ୍ରାମବାସୀ ପୁରୁଷ ଓ ମହିଳା ମାନେ ସ୍ଵାଗତ ବନ୍ଦାପନା କରି ଭକ୍ତିପୂତ ଦର୍ଶନ କରିଥିଲେ ।ଏହାପରେ ରଥ ଟି ଝାରବନ୍ଧ ପହଞ୍ଚିବା ପରେ ଶ୍ରଦ୍ଧାଳୁ ମାନେ ବନ୍ଦେ ମାତରଂ ଧ୍ଵନି ଦେଇ ସ୍ଥାନୀୟ ଚାନ୍ଦିନୀ ଚୌକ ଛକ ର ଚତୁର୍ଦ୍ଦିଗ କୁ କମ୍ପାଇ ଦେଇଥିଲେ । ଉକ୍ତ କାର୍ଯକ୍ରମ ରେ ମେନେଜିଂ ଟ୍ରଷ୍ଟି ର ଅଇଁଠା ପ୍ରଧାନ,ଅଜିତ ସାହୁ,ଶିବ ପ୍ରସାଦ ପଟେଲ,ଆନନ୍ଦ ସାହୁ, ତଥା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ କୈଳାସ ରଣା, ବିଶିକେଶନ୍ ଧରୁଆ, ଚନ୍ଦ୍ରହାସ୍ୟ ମହାପାତ୍ର ଓ ସମସ୍ତ ଶିକ୍ଷାର୍ଥୀ ସ୍ଵାଗତ କରି ଦର୍ଶନ କରିଥିଲେ । ଶେଷ ରେ ଯିବା ରାସ୍ତା ରେ ଅମଠି ପଞ୍ଚାୟତ ହାଇସ୍କୁଲ ଠାରେ ସ୍କୁଲ ର ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ, ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଅରବିନ୍ଦ ଙ୍କ ଉକ୍ତ ରଥ କୁ ସ୍ଵାଗତ କରି ଭକ୍ତିପୂତ ଦର୍ଶନ କରି ଥିଲେ । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.