Type Here to Get Search Results !

ଠକୁଛି କମ୍ପାନୀ କତୃପକ୍ଷ, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ, ଧାରଣାରେ ବସିଲେ ସପରିବାର

 

ଅନୁଗୁଳ :-

ନେଲା ବେଳେ ନାନା କଥା ନେଇ ଗଲେ ହେଲେ ଦେଲା ବେଳେ ମୁହଁ ବୁଲାଉଛନ୍ତି । ସେଇପରି ଆଜି କଥାଦେଇ ଠକିଦେଲା MCL ର ଦୁଇ କମ୍ପାନୀ ସୂଚନା ଯୋଗ୍ୟ ହିଙ୍ଗୁଳା କ୍ଷେତ୍ର ଏବଂ ଭାରତ ପୁର କ୍ଷେତ୍ର ଦୁଇ କମ୍ପାନୀ ସୁରେଶ ବେହେରାଙ୍କ ଜମି ଅଧିଗ୍ରହଣ କରିସାରିଛି ତା ବାବଦକୁ କିଛି ଅର୍ଥ ରାଶି ସହିତ ତାଙ୍କ ଦୁଇ ପୁଅଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲା । ହେଲେ ଜମି ଅଧିଗ୍ରହଣ ପରେ ଆଉ କମ୍ପାନୀ କହିଲା ତୁମେ କିଏ? ଏବେ ମୁଁ ନିଜେ ଜମି ମାଲିକ । ଚାକିରୀ ଦୂର କଥା ତାଙ୍କୁ ଠକି ବାରେ ବ୍ୟସ୍ତ । ଯାହା ଫଳରେ ସେ ବାରମ୍ବାର ସେ MCL କତୃପକ୍ଷ ସହିତ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ବ କରି ସମସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି । ହେଲେ କେବଳ ତାରିଖ ଦେଇ ଦେଉଥିବା ବେଳେ ସେ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯାଳୟ ସାମ୍ନାରେ ଆତ୍ମହୁତି ଉଦ୍ୟମ କରିଥିଲେ । ତଥାବି ସମସ୍ୟା ସମାଧାନ ହୋଇପାରିନି । ଯାହା ଫଳରେ ଆଜି ଆନିଦ୍ଧିଷ୍ଟ କାଳ ପାଇଁ ସପରିବାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ତେବେ ଏଇ ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ପ୍ରକୃତ ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ କିପରି ଭରସା ରହୁଥିବ ତାହା ଜଣା ଯାଉଛି । ତେବେ କେତେଦିନ ଏମିତି ଦେହଗଞ୍ଜ ପରେ ମିଳିବ ଉକ୍ତ ପରିବାରଙ୍କୁ ନ୍ୟାୟ । ନାଁ କମ୍ପାନୀ କୁ ଡ଼ରୁଛି ଜିଲ୍ଲା ପ୍ରଶାସନ ଏବେ ଅଞ୍ଚଳ ରେ ଗୋଟିଏ ଚର୍ଚ୍ଚା ନ୍ୟାୟ ପାଇଁ ଲୋକେ ହିନସ୍ଥା । ଦେଖିବାକୁ ବାକିରହିଲା କେବେ ମିଳୁଛି ନ୍ୟାୟ। ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.