Type Here to Get Search Results !

ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ


ଝାରସୁଗୁଡ଼ା :- 

ସରବାହାଲସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପାଞ୍ଚ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ପୁଷ୍ପା ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ଶ୍ରୀମତୀ ମିଞ୍ଜ ଓଡ଼ିଶା ସରକାରଙ୍କ ଫାଇଭ ଟି (5T) କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ କାର୍ଯ୍ୟକାରୀ କରିବାକୁ କହିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦକ୍ଷତା ର ବିକାଶ ହେଲେ ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ ବୋଲି ମତ ପୋଷଣ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟ୍ଟା ଓ ପ୍ରଦୀପ୍ତ କୁମାର ସା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଡିଜିଟାଲ ଶିକ୍ଷାର ପ୍ରମୁଖ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । 



ସମଗ୍ର ଶିକ୍ଷା ର ଶୈକ୍ଷିକ ସଂଯୋଜକ ଜୟନ୍ତ କୁମାର ବାଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡେନିସ କୁମାର ବେହେରା , ଦିଲ୍ଲୀପ କୁମାର ମେହେର , ରାକେଶ କୁମାର ପାତ୍ର , ବିପିନ ପଣ୍ଡା ସହଯୋଗ କରିଥିଲେ । ସରବହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଚିନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ଜୁଲାଇ ମାସ ୨୧ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଷାଠିଏ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.