ତାଳଚେର :-
ତାଳଚେର ବାଇପାସ୍ ଛକ ଠାରେ ତାଳଚେର ଓକିଲ ସଂଘ ପକ୍ଷରୁ ୬ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ ପରିଲକ୍ଷିତ ହେଇଛି। ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଆହ୍ଵାନ କ୍ରମେ ଏବଂ ବରିଷ୍ଠ ଆଇନ୍ ଯିବି ତଥା ସାଧାରଣ ସମ୍ପାଦକ ଦିନବନ୍ଧୁ ସାହୁ ଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା। ୫୩ ଓ ୫୫ ନମ୍ବର ଜାତୀୟ ରାଜପଥର ଅତି ଶୋଚନୀୟ କର୍ଦ୍ଦମାକ୍ତ ଅବସ୍ଥାକୁ ନେଇ ଏହି ଆନ୍ଦୋଳନକୁ ସରକାରୀ ଦଳ ବିଜେଡି ସମର୍ଥନ ଦେଇଥିଲା। ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଅନୁଗୋଳ ର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ଦଳ ତରଫରୁ ଓକିଲ ସଂଘର ଏହି ବନ୍ଦ୍ ଆନ୍ଦୋଳନକୁ ସମର୍ଥନ ଦେବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା। ନିଷ୍ପତି ଅନୁସାରେ ତାଳଚେର ବାଇପାସ୍ ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ଏହି ଅବରୋଧ ରେ ସମସ୍ତ କାଉନସିଲର ଓ ଦଳୀୟ କର୍ମୀଙ୍କୁ ନେଇ ବାଇପାସ୍ ଛକର ଓକିଲଙ୍କ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ । ଏହି ଅବସରରେ ତାଳଚେର ନଗର ପାଳ ଶ୍ରୀ ପବିତ୍ର ଭୁତିଆ, ବରିଷ୍ଠ ବିଜେଡି ନେତା ଆସିଫ ଖାଁ, ନାରୀ ନେତ୍ରୀ ରିତା ରାଣୀ ଦାସ୍, ଓକିଲ ସଂଘ ପକ୍ଷରୁ ଉପସଭାପତି ମାନସ ରଞ୍ଜନ ଶତପଥୀ,ସହ ସଂପାଦକ ଚିନ୍ମୟ ରାଏ,ସଭ୍ୟ ସଦସ୍ୟ ପ୍ରତାପ ବିଶୋଇ, ଗିରିଜା ଶଙ୍କର ମିଶ୍ର ,ସନ୍ତୋଷ ଦେହୁରୀ ,ନରେନ୍ଦ୍ର ନାଏକ, ପ୍ରତାପ ନାଏକ, ରାହାସ ଜେନା ,ସରୋଜ ପ୍ରଧାନ ,ଅନୁକୂଳ ମହାନ୍ତି, ପ୍ରାସାଦ ଖିଲାର, ନରେଶ ଚନ୍ଦ୍ର ନାଏକ ,ରାଜେନ୍ଦ୍ର ସିଂ ଡିଙ୍ଗରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

