ଝାରବନ୍ଧ :-
ଜବାହର ନବୋଦୟ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ରେ ଚଳିତ ବର୍ଷ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଯୋଜୋନାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଶୁଧିନ୍ଦ୍ର କୁମାର ସାହୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ସେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଅଟନ୍ତି ।ତେଣୁ ସେ ତୃତୀୟ ଶ୍ରେଣୀରେ ମେଧାବୃତ୍ତି ପାଇଛନ୍ତି ଏବଂ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇଁ ପ୍ରସ୍ତୁତି ଚଳାଇ ଛନ୍ତି ।ପ୍ରକାଶ ଥାଉ କି ବର୍ତ୍ତମାନ ଭିତ୍ତିଭୂମି ର ଅଭାବ ତଥା ଶିକ୍ଷକ ମରୁଡି ସହ ସରକାରୀ ସ୍କୁଲ ଗୁଡିକରେ ଆଦୌ ପାଠ ପଢା ହେଉ ନ ଥିବା ଯୋଗୁଁ ପିଲା ମାନେ ପାଠ ସାଠ ନ ପଢି ବେକାର ହେଉଥିବା ବେଳେ ଛାତ୍ର ସୁଧିନ୍ଦ୍ ସରକାରୀ ସ୍କୁଲ ପାଇଁ ଉଦାହରଣ ହୋଇଛନ୍ତି ।ଏପରିକି ତାଙ୍କ ବଡ ଭଉଣୀ ଶ୍ରେୟଶ ବାଲା ମଧ୍ୟ ଉକ୍ତ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ନବୋଦୟ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ରେ ଅଧ୍ୟୟନ ରତ ।ତାଙ୍କ ପିତା ସରୋଜ କୁମାର ସାହୁ ଡ ଭା ଜୁନିୟର କଲେଜ ରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଏବଂ ମାଁ ଶୁଭ ଲକ୍ଷ୍ମୀ ସାହୁ ଗୃହିଣୀ ଅଟନ୍ତି । ସୁଧି ନ୍ଦ୍ର ଙ୍କ ଉକ୍ତ ସଫଳତା ପାଇଁ ତାଙ୍କ ପରିବାର ବର୍ଗ, ଶିକ୍ଷକ ଓ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିବା ସହ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି ।ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

