ବଲାଙ୍ଗୀର :-
ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ଗଇଁ ତାଲ। ଗ୍ରାମରେ ସମ୍ବଲପୁର ଅବକାରୀ ଗୁପ୍ତଚର ବିଭାଗ ପକ୍ଷରୁ ଅଚାନକ ଚଢାଉ ବେଳେ ୪୦୦ ଲିଟର ମଦ ସହିତ ୨ ଟି ସିଲାଇ ମେସିନ ସହ ଜଣେ ଅଭିଯୁକ୍ତ ଗିରଫ।ଗିରଫ ଅଭିଯୁକ୍ତ ଙ୍କ ନାମ ସୁଧାଂଶୁ ନାଗ (୪୦) ଥିବାବେଳେ ଏହି ଚଢାଉ ସମ୍ବଲପୁର ଅବକାରୀ ଗୁପ୍ତଚର ବିଭାଗ ପକ୍ଷରୁ ପି କେ ପଣ୍ଡା ଙ୍କ ନେତୃତ୍ୱରେ ତାଙ୍କ ଦଳ ଅଚାନକ ଚଢାଉ କରିଥିବା ବେଳେ ଏ ଅଞ୍ଚଲରେ ଏପରି କାର୍ଯ୍ୟ ଚାଲିଥିବା ବେଳେ ବଲାଙ୍ଗୀର ଅବକାରୀ ବିଭାଗ ଓ ପୁଇନ୍ତଲା ଥାନା ନିଘୋଡ ନିଦରେ ସୋଇଥିବା ଜଣାଯାଏ ତଥା ଏ ଅଞ୍ଚଳ ରେ ଦିନକୁ ଦିନ ମଦ,ଜୁଆ ଆଡ୍ଡା,ସ ଟା ଖେଳ, ଚୋରି ଡକାୟତି ବୃଦ୍ଧି ଯୋଗୁଁ ଅଞ୍ଚଳରେ ଜନସାଧାରଣ ଙ୍କ ମନରେ ତୀବ୍ର ଅସୋନ୍ତୋସ୍ ପ୍ରକାଶ ପାଇଛି ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ପୁଇଁତଳା ଥାନା ପୋଲିସ, ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

