ବଲାଙ୍ଗିର :-
ବଲାଙ୍ଗିର ସହର ର ପି.ପି.ଏକାଡେମୀ ଠାରେ ସଂଜିବନୀ ଓ ୧୮୯-ବେଟାଲିୟାନ ସିଆରପିଏଫ୍ ଯବାନମାନଙ୍କ ମିଳିନ ଅନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଜିବନୀ ର ସଂପାଦକ ସୁମିତ ରାମ ଭରଦ୍ୱାଜଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସିଆରପିଏଫ୍ କମାଣ୍ଡିଙ୍ଗ ଅଫିସର ପବନ କୁମାର ତିୱାରୀ ଓ ସମ୍ମାନିତ ଅତିଥି ଭାବରେ ସ୍ୱେତା ତିୱାରୀ, ଆଇଡିଏମ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ବବିତା ଦକ୍ଷିତ, ମ୍ୟାନେଜର ଶଶିଭୂଷଣ ଦିକ୍ଷିତ, ଏସ୍ବିଆ ଶାଖାର ପ୍ରବନ୍ଧକ ସତ୍ୟନାରାୟଣ ମାଝି ଯୋଗ ଦେଇଥିଲେ । ରକ୍ତର କୌଣସି ବିକଳ୍ପ ନାହିଁ । ଯେତେ ଦାନ ଅଛି ସବୁ ଠାରୁ ରକ୍ତଦାନ ମହତ ଦାନ ଅଟେ । ତେଣୁ ସମଗ୍ର ଯୁବ ପିଢି ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ପାଇଁ ଅତିଥି ଗଣ ମତପ୍ରକାଶ କରିଥିଲେ । ରକ୍ତଦାନ ଶିବିରରେ ସଂଜିବନୀର କର୍ମକର୍ତ୍ତା ଓ ଯବାନମାନଙ୍କ ତରଫରୁ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମକୁ ସୌଭାଗ୍ୟ କୁମାର ବେହେରା ସଂଯୋଜନା କରିଥିବା ବେଳେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ପରିଚାଳନା କରିଥିଲେ । ଆଶିଷ ବସ୍ତିଆ, ଦେବାଶିଷ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

