Type Here to Get Search Results !

ଡାକ ଘରେ ନାହିଁ ଡାକ ଟିକଟ


ଚମ୍ପୁଆ :-   

ଚମ୍ପୁଆ ଅଞ୍ଚଳ ରେ ଥିବା ଡାକ ଘର  ଗୁଡ଼ିକ ଜନ ସାଧାରଣ ଙ୍କୁ ସେବା ଯୋଗାଇ ଦେବାରେ ସକ୍ଷମ ହୋଇ ପାରୁ ନ ଥିବା ପରିଲକ୍ଷିତ ହେଉଛି। ଚମ୍ପୁଆ ଅଞ୍ଚଳ ରେ ଥିବା ବିଭିନ୍ନ ଡାକ ଘର ଗୁଡିକରେ ଡାକ ଟିକଟ, ରେଭେନ୍ୟୁ ଟିକଟ, ଇଣ୍ଡିଆନ ପୋଷ୍ଟାଲ ଅର୍ଡର ର ଘୋର ଅଭାବ ପରିଲକ୍ଷିତ ହେଉଛି। ଚମ୍ପୁଆ ଉପଖଣ୍ଡ ର ସଦର ମହକୁମା ଚମ୍ପୁଆ ରେ ଥିବା ଡାକ ଘରେ ଇଣ୍ଡିଆନ ପୋଷ୍ଟଲ ଅର୍ଡର ମିଳୁ ନ ଥିବା ର ଅଭିଯୋଗ ହେଉଛି। ଏ ନେଇ ଚମ୍ପୁଆ ଡାକ ଘର ପୋଷ୍ଟ ମାଷ୍ଟର ଙ୍କୁ ଯୋଗାଯୋଗ କରିବାରୁ ଚମ୍ପୁଆ ରେ କିଛି ଦିନ ପୂର୍ବରୁ ଇଣ୍ଡିଆନ ପୋଷ୍ଟାଲ ଅର୍ଡର ମିଳୁ ନ ଥିଲା କିନ୍ତୁ ଏବେ କେବଳ ୧୦୦ ଟଙ୍କା ମୂଲ୍ୟର ପୋଷ୍ଟାଲ ଅର୍ଡର ମିଳୁଛି। ୧୦, ୨୦ ଓ ୫୦ ମୂଲ୍ୟ ର ପୋଷ୍ଟଲ ଅର୍ଡର ଖୁବ୍ ଶିଘ୍ର ମିଳିଯିବ ଓ ସେଥିପାଇଁ କେନ୍ଦୁଝର ମୁଖ୍ୟ ଡାକ ଘର କୁ ଅନୁରୋଧ କରା ଯାଇଛି ବୋଲି ମତ ଦେଇଥିଲେ। ସେହିପରି ଚମ୍ପୁଆ ଉପଖଣ୍ଡ ର ରିମୁଳି ଠାରେ ଥିବା ଉପ ଡାକଘର ରେ କୌଣସି ଡାକ ଟିକେଟ, ରେଭେନ୍ୟୁ ଟିକେଟ, ପୋଷ୍ଟଲ ଅର୍ଡର ମିଳୁ ନ ଥିବା ଅଭିଯୋଗ ମିଳିଛି। ଏ ବିଷୟରେ ରିମୁଳି ଡାକଘର ର ପୋଷ୍ଟ ମାଷ୍ଟର ଙ୍କ ମତାମତ ନେବାରୁ ରିମୁଳି ଡାକ ଘରେ ସବୁ ଡାକ ଟିକେଟ, ରେଭେନ୍ୟୁ ଟିକେଟ, ପୋଷ୍ଟଲ ଅର୍ଡର ଥିଲେ ମଧ୍ୟ ବୈଷୟିକ କାରଣରୁ ତାହା ବିକ୍ରି କରାଯାଇ ପାରୁନାହିଁ ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଏବେ ଡାକ ବିଭାଗ ସବୁ ଡାକ ଘର କୁ ଅନଲାଇନ ସହିତ ଯୋଡିବା ସହ ସବୁ କାମ କାମ୍ପ୍ୟୁଟର ଯୋଗେ କରିବା ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି। ଅନେକ ଡାକ ଘରକୁ ଅନଲାଇନ ସହିତ ଯୋଡ଼ା ଯାଇଥିବା ବେଳେ କିଛି ଡାକ ଘର ଏବେ ଶୁଦ୍ଧା ଅନଲାଇନ ସହିତ ଯୋଡ଼ା ଯାଇ ନାହିଁ। ରିମୁଳି ଉପ ଡାକ ଘର ଅନେକ ଦିନ ହେବ ଅନଲାଇନ ସହିତ ଯୋଡ଼ା ଯାଇଥିଲେ ମଧ୍ୟ ଡାକ ଟିକେଟ, ରେଭେନ୍ୟୁ ଟିକେଟ, ପୋଷ୍ଟଲ ଅର୍ଡର ବିକ୍ରି କୁ ଏବେ ସୁଦ୍ଧା ଅନଲାଇନ ସହିତ ଯୋଡ଼ା ଯାଇ ପାରିନାହିଁ। ରିମୁଳି ଉପ  ଡାକ ଘର ତରଫରୁ ଆଜକୁ ୪ ମାସ ହେବ ଏ ସମ୍ବନ୍ଧ ରେ କେନ୍ଦୁଝର ଜିଲ୍ଲା ମୂଖ୍ୟ ଡାକ ଘର କର୍ତ୍ତୃପକ୍ଷ ଙ୍କୁ  ଅବଗତ କରା ଯାଇଛି ବୋଲି ରିମୁଳି ପୋଷ୍ଟ ମାଷ୍ଟର ସୂଚନା ଦେଇଛନ୍ତି। ତେବେ ୪ ମାସ ହୋଇଯିବା ପରେ ମଧ୍ୟ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ ଘର ପକ୍ଷରୁ ଏ ଦିଗରେ କୌଣସି ପ୍ରୟାସ କରା ନ ଯିବା ଅତି ଦୁଖର ବିଷୟ। ଯଥା ଶିଘ୍ର ରିମୁଳି ଉପ ଡାକ ଘର କୁ  ଅନଲାଇନ ରେ ଯୋଡିବା ସହିତ ଏହି ଡାକ ଘରେ ସବୁ ସୁବିଧା ଯୋଗାଇ ଦେବା କୁ ଦାବି ହେଉଛି।

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.