Type Here to Get Search Results !

ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ


ଚମ୍ପୁଆ :- 

ଚମ୍ପୁଆ ବନ ବିଭାଗ ତରଫରୁ ଚମ୍ପୁଆ ସବ ଜେଲ ସମ୍ମୁଖ ରେ ଏକ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଅଛି। ବୃକ୍ଷ ରୋପଣ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ବିତରଣ କେନ୍ଦ୍ର ଖୋଲା ଯାଇଥିବା ବେଳେ ଆଜି ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କେନ୍ଦ୍ର ର ଶୁଭାରମ୍ଭ କରିଥିଲେ। ଚମ୍ପୁଆ ରେଞ୍ଜର ସଂଜୀବ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିତରଣ କେନ୍ଦ୍ର ଖୋଲା ଯାଇଥିବା ବେଳେ ବନପାଳ ପିଅନ ନାଏକ ଏହାର ପରିଚାଳନା କରିଥିଲେ। ଏହି ବିତରଣ କେନ୍ଦ୍ର ରେ ଲୋକଙ୍କୁ ପଣସ, ଅଁଳା, ଅମୃତ ଭଣ୍ଡା, ଡାଳିମ୍ବ ପରି ଗଛ ଚାରା ଯୋଗାଇ ଦିଆଯିବାର ଯୋଜନା ରହିଛି। କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.