ବଲାଙ୍ଗିର :-
ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁବାସିନୀ ବେହେରା ନିଜସ୍ୱ ପାଣ୍ଠିରୁ ପ୍ରଥମ ଦିନରେ ୩ ବିଦ୍ୟାଳୟ କୁ ଆରୋ ପ୍ରଦାନ କରିଛନ୍ତି|ଇଚ୍ଛାପଡା ପଞ୍ଚାୟତ ରେ ପ୍ରଥମ ଦିନରେ ୩ ଗୋଟି ବିଦ୍ୟାଳୟରେ ଅନ୍ତର୍ଲା, କତରଲଗା, ବଗୁଆବାହାଲ ରେ ସରପଞ୍ଚ ଶ୍ରୀମତୀ ବେହେରା ଆରୋ ପ୍ରଦାନ କରିଥିଲେ |ଏହି ଅବସରରେ ଅନ୍ତର୍ଲା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆରତୀ ସିଂ ବରିହା, ସହକାରୀ ଶିକ୍ଷକ ଶଶୀଭୂଷଣ ବେହେରା, ଶିକ୍ଷକ ଶୁଭରାଜ ବଗର୍ତ୍ତୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ ବାଗ, ଅଙ୍ଗନବାଡି ୱାର୍କର ଡମେନ ଭୋଇ, ଆଶା ପୁଷ୍ପରେଣୁ ବେହେରା ମେମ୍ବର ଶାନ୍ତ ବଗର୍ତ୍ତୀ, ସୁତାର ବାଗ, ଯୋଗେଶ୍ୱର ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ |କତରଲଗା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗମୋହନ ରାଉତ,ଶିକ୍ଷୟତ୍ରୀ ଝୁମକି ରାଣୀ ମଲ୍ଲିକ, ଶିବାନୀ ବାଗ, ଶୁଶାନ୍ତ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହର୍ଷ ନାଗ,ଅଙ୍ଗନବାଡି ମଇଥଲି ନାଗ,ମେମ୍ବର ସରୋଜିନୀ ବାଗ,ଛନକା ବାଗ ଅକ ନାଗ ପ୍ରମୁଖ ଉପସ୍ଥିତ ଥିଲେ |ସେହିପରି ବଗୁଆବାହାଲ ପ୍ରାର୍ଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନନ୍ଦିକିଶୋର ବୁଡ଼େକ, ସହକାରୀ ଶିକ୍ଷକ ପ୍ରମୋଦ ସୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ନାଗ, ଅଙ୍ଗନବାଡି ବନିତା ବିଭାର, ମେମ୍ବର ଭୀମରାଜ ବେଣ୍ଟକାର, ରାଧାକାନ୍ତ ଭୁଏ, ଲିଙ୍ଗରାଜ ନାଗ, ଜୟରାମ ଭୋଇ, ଦେବେନ୍ଦ୍ର ନିଆଲ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |
ସୂଚନା ଅନୁସାରେ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟ କୁ ନିଜସ୍ୱ ପାଣ୍ଠିରୁ ଆରୋ ଦିଆଯିବାପାଇଁ ସ୍ଥିର ହୋଇଛି ୩ ଗୋଟି ବିଦ୍ୟାଳୟ କୁ ଦିଆ ସରିଛି ଆଉ ୭ ଗୋଟି ବିଦ୍ୟାଳୟ କୁ ଦିଆଯିବ ବୋଲି ସରପଞ୍ଚ ଙ୍କ ପ୍ରତିନିଧି ଚିନ୍ତାମଣି ବେହେରା ସୂଚନା ଦେଇଛନ୍ତି |ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୁରଣ କଲେ ସରପଞ୍ଚ |ଏହିପରି କାର୍ଯ୍ୟକ୍ରମ କୁ ଅଭିଭାବକ ଓ ଶିକ୍ଷକ ବୃନ୍ଦ ସରପଞ୍ଚ ଙ୍କୁ ସାଧୁବାଦ ଜଣାଇବା ସହିତ ଖୁସିବ୍ୟକ୍ତ କରିଛନ୍ତି|ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

