Type Here to Get Search Results !

ରାଷ୍ଟ୍ରପତି ଙ୍କୁ କଂଗ୍ରେସ ର ଅପମାନ କୁ ନେଇ ତାଳଚେର ବିଜେପି ର ବିକ୍ଷୋଭ

 

ତାଳଚେର :-

କଂଗ୍ରେସ ନେତା ଅଧିର ଚୌଧୁରୀଙ୍କ ମହାମହିମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ ଓଡ଼ିଆ ସ୍ବାଭିମାନକୁ ଏବଂ ସାରା ଦେଶକୁ ଅପମାନ । ଦେଶବାସୀଙ୍କୁ ସୋନିଆ ଏବଂ ରାହୁଲ ଗାନ୍ଧୀ କ୍ଷମା ମାଗିବା ଦାବିରେ ଆଜି ତାଳଚେର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଆଜି ହାଟତୋଟା ଠାରେ ତାଳଚେର ବିଜେପି ତରଫରୁ କଂଗ୍ରେସ ବିରୁଦ୍ଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶାର ଜଣେ ଆଦିବାସୀ ମହିଳା ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରୁଛି । ଓଡିଶା ବିରୋଧି ଆଦିବାସୀ ବିରୋଧୀ ମହିଳା ବିରୋଧୀ କଂଗ୍ରେସ ସରକାର କେବେବି ଓଡ଼ିଶାର କିମ୍ବା ଆଦିବାସୀ ତଥା ମହିଳା ମାନଙ୍କର ମଙ୍ଗଳ ଚାହିଁନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେବା ନେଇ କଂଗ୍ରେସ ନେତା ଅଧୀର ଚୌଧୁରୀ ମହାମହିମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ଯେଭଳି ଭାବେ ସମଗ୍ର ଦେଶ ତଥା ଓଡ଼ିଆର ସ୍ୱାଭିମାନକୁ ଅପମାନିତ କରିଛନ୍ତି ତୁରନ୍ତ ସମଗ୍ର ଦେଶକୁ ସୋନିଆଁ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତା ଅଧୀର ଚୌଧୁରୀ କ୍ଷମା ମାଗନ୍ତୁ ନଚେତ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବ ବୋଲି ଦଳର ବରିଷ୍ଠ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ, ପୌରାମଣ୍ଡଳ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠୀ ,ପୌରମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ ,କାଳନ୍ଦୀ ପ୍ରଧାନ, ଦୟାସାଗର ମିଶ୍ର,  ଅରବିନ୍ଦ ମିଶ୍ର, ଅର୍ଜୁନ ଭୁତିଆ, ଟୁନା, ଜେନା, ଖଇରା ପ୍ରଧାନ, ପୂର୍ଣଚନ୍ଦ୍ର ବେହେରା, ଯୋଗେଶ୍ୱର ସାହୁ, ସୁକାନ୍ତ ରାୟ, ମନୋଜ ସ୍ୱାଇଁ, ପ୍ରମୋଦ ପାଲ, ବସନ୍ତ ନାୟକ, ଶଙ୍କର ବେହେରା, ଅମୁଲ୍ୟ ପ୍ରଧାନ, ଅକ୍ଷୟ ବିଶ୍ୱାଳ, ସଂକଳ୍ପ ସାହୁ, କ୍ଷେତ୍ରବାସୀ ନାୟକ,କାଉଁସିଲର ସ୍ୱାଧୀନ ଥମ୍ବ, ସନ୍ତୋଷ ବେହେରା ଓ ଅନିତା ବିଶ୍ୱାଳ,ମୃଣାଳିନୀ ପଟ୍ଟନାୟକ,ଝରଣା ମହାପାତ୍ର, ଦିପ୍ତୀପ୍ରଭା ମହାରଣା, ସଂଯୁକ୍ତା ମହାରଣାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.