କୁଜଙ୍ଗ :-
କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ସୋପଡା ଗ୍ରାମର ପକ୍ଷାଘାତ ପୀଡିତ ମାନସ ବାରିକ ଏବଂ ରାହାମାର ଦୁର୍ଘଟଣା ପୀଡିତ ସନାତନ ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି,ମାନସ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ପିଲା | ଭୂମି ହୀନ ମଧ୍ୟ | ଘର ଦ୍ୱାର କିଛି ନାହିଁ | ପରିବାର କହିଲେ ସେ ଏବଂ ତାଙ୍କ ସ୍ତ୍ରୀ | ହେଲେ ଭାଗ୍ୟର ବିଡମ୍ବନା ଏମିତି ଯେ ସେ ଏବେ ବ୍ରେନ୍ ଷ୍ଟ୍ରୋକ୍ ରେ ପୀଡିତ | ଶରୀରର ଦକ୍ଷିଣ ପାର୍ଶ୍ୱ ସମ୍ପୂର୍ଣ ଅଚଳ | ସେ ଏବେ ଶଯ୍ୟାଶାୟୀ | ପାଖରେ ଅର୍ଥ ନାହିଁ ନିଜର ଚିକିସ୍ଥା କରାଇବା ଲାଗି | ସେହି ପରି ସନାତନ ଜଣେ ଗାଡି ଚାଳକ | ସଡକ ଦୁଘଟଣାରେ ଡାହାଣ ଗୋଡ ଭାଙ୍ଗି ଯାଇଛି | ବର୍ତ୍ତମାନ ସେ ମଧ୍ୟ ଶଯ୍ୟାଶାୟୀ | ଚିକିସ୍ଥା କରାଇବା ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ସବୁ ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ଦିଲ୍ଲୀପ କୁମାର ନନ୍ଦୀ, ପ୍ରତାପ ଚନ୍ଦ୍ର ଦାସ, ପ୍ରକାଶ ମହାନ୍ତି, କାଳନ୍ଦୀ ସ୍ୱାଇଁ ଏବଂ ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ମାନସଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଏକ ମାସର ରାସନ ସାମଗ୍ରୀ ଏବଂ ୧୦୦୦୦ ଟଙ୍କା , ସନାତନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୧୦୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସମସ୍ତେ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

