ତାଳଚେର :-
ଦୀର୍ଘ ଦିନରୁ ତାଳଚେରବାସୀଙ୍କ ନ୍ୟାର୍ଯ୍ୟଦାବି ପାଇଁ ବାରମ୍ବାର ପ୍ରଶାସନ, ସରକାରଙ୍କୁ ଅବଗତ କରାଉଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ନଦେବା ତାଳଚେରବାସୀଙ୍କ ପାଇଁ ଅଭିଶାପ ପାଲଟିଛି ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେର ଅଂଚଳରେ ସ୍ୱାସ୍ଥ୍ୟପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଦୃଢ଼ ଭିତିଭୂମି ନଥିବା ବେଳେ ଏମସିଏଲ ପ୍ରାୟ ୫ ଶହ କୋଟି ଟଙ୍କା ବିନିମୟରେ ୫ଶହ ଶଯ୍ୟା ବିଶିଷ୍ଟ ସାଙ୍ଗକୁ ଶହେ ଛାତ୍ରଛାତ୍ରୀ ଡ଼ାକ୍ତରୀ ପାଠପଢ଼ିବା ନେଇ ଆଜକୁ ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ୍ୱ ଘଂଟପଡ଼ା ନିକଟସ୍ଥ ଜଗନ୍ନାଥ ଜିଏମ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ କୋଠରୀ ନିର୍ମିତ ହୋଇ ଏହା ଭୂତ କୋଠି ଅବସ୍ଥା ଦେଖା ଦେଇଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏପର୍ଯ୍ୟନ୍ତ ଭାଙ୍ଗୁନଥିବା ଆଶ୍ଚର୍ଯ୍ୟ ଜନକ ବିଷୟ ହୋଇଛି । ଏଥି ନିମନ୍ତେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪ ତାରିଖ ଦିନ ତାଳଚେର ବନ୍ଦ ଡାକରା ଦବା ସହ ଅନ୍ଦୋଳନ କରଯାଇଥିଲା। କିନ୍ତୁ ଅତି ଦୁଃଖର ବିଷୟ ଯେ ଓଡିଶା ଇତିହାସରେ ପ୍ରଥମ ମେଡିକାଲ କଲେଜ,ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ,ତାଳଚେର ମେଡିକାଲ କଲେଜ କିୟାନୁଷ୍ଠାନ କମିଟିର ଦାବିରେ ୧୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ତାଳଚେର ପୋଲିସ୍ । ଏହି ଆନ୍ଦୋଳନରେ କମିଟି ପକ୍ଷରୁ ପଦ୍ମଚରଣ ସାମଲ ,ପ୍ରେମାନନ୍ଦ ମହାନ୍ତି, ଦିଗାମ୍ବର ଗଡନାୟକ୍, କେଶବ୍ ଭୂତିଆ, ଭୂପେନ ଥମ୍ବ, ବିନୋଦ ଲାଲ୍, ଅଭୟ ପାଣି, ଗଗନ ବିହାରୀ ଦାସ, ସୁନିଲ୍ ବିଶ୍ଵାଳ , ପ୍ରହଲ୍ଲାଦ ସାହୁ,ମାନସୀ ସ୍ବାଇଁ, ପରମାନନ୍ଦ ସାହୁ, ପରଶୁରାମ ସାମଲ, ଜୟ ସେନ୍ ମେହେର ଓ ରଞ୍ଜିତ ମହାପାତ୍ର ସାମିଲ୍ ଥିଲେ । ତେବେ ଏଠି ପ୍ରଶ୍ନ ଉଠେ ଯେ ଏଠିକାର କେନ୍ଦ୍ର ମନ୍ତ୍ରି, ବିଧାୟକ ଏବଂ ସାଂସଦ ଥାଏ ମଧ୍ୟ ତାଳଚେର ମେଡିକାଲ୍ କଲେଜ୍ ଆରଂଭ ହୋଇ ପାରୁ ନଥିବା ଏକ ନିନ୍ଦନୀୟ ଘଟଣା ବୋଲି ତାଳଚେର ବାସି ମତ ପ୍ରକାଶ କରିଛନ୍ତି। ତାଳଚେର ରୁ ପ୍ରଦୀପ କୁମାର୍ ମହାରଣା ଙ୍କ ରିପୋର୍ଟ

