କେନ୍ଦ୍ରାପଡ଼ା :-
କେନ୍ଦ୍ରସରକାର ମେଡିକାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଆଦିରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 27 ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିଛନ୍ତି । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସରଂକ୍ଷଣ ପ୍ରାବଧାନ କରିଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ଏହା କାର୍ଯ୍ୟକାରୀ କରୁନଥିବାରୁ ପ୍ରାୟ 54% ପଛୁଆ ବର୍ଗ ଛାତ୍ରଛାତ୍ରୀମାନେ ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି ଓବିସି ମୋର୍ଚ୍ଚା ପ୍ରକାଶ କରିଛି ।
ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଏକ ଶୋଭାଯାତ୍ରାରେ ଯାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀ ପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସତ୍ୟ ପ୍ରକାଶ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିର୍ଦ୍ଦିଷ୍ଟ ଜାତି ବର୍ଗର ମୈ।ଖିକ, ରାଜନୈତିକ,ସାମାଜିକ ଓ ଅର୍ଥନୈତିକ ଅଭ୍ୟୁଦୟ ପାଇଁ ମଣ୍ଡଳ କମିଶନ ଯେଉଁ ସୁପାରିଶ କରିଥିଲେ ରାଜ୍ୟ ସରକାର ଜାଣି ଶୁଣି ତାହାକୁ ଉପେକ୍ଷା କରୁଛନ୍ତିି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ତଥା ମୋର୍ଚ୍ଚା ପ୍ରଭାରୀ ଉପିନ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ଦାସ,ଜିଲ୍ଲା ମିଡ଼ିଆ ପ୍ରମୁଖ ନେହେରୁ ସାହୁ, ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ,ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅମୁଲ୍ୟ ପରିଡା, ସମ୍ପାଦକ ଜ୍ଞାନ ରଞ୍ଜନ ପ୍ରଧାନ,ସିଲୁ ପ୍ରସାଦ ମହାରଣା, ବିଜେପି ନେତା ଚନ୍ଦନ ପାତ୍ର,ହରେକୃଷ୍ଣ ରାୟ,ପ୍ରମୋଦ କୁମାର ଦାସ,ନଳିନୀ କାନ୍ତ ପଲାଇ, ବିଶ୍ୱଜିତ ମହାପାତ୍ର, ଜିତେନ୍ଦ୍ର ନାୟକ,ପ୍ରକାଶ ସେଠୀ, ବଳରାମ ବେହେରା, ପ୍ରଦୀପ ନାୟକ,ଶିବ ଚରଣ ସାହୁ,ଅଶୋକ କୁମାର ପ୍ରଧାନ,ରଶ୍ମି ରଞ୍ଜନ ରାଉତରାୟ, ତୋଫାନ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝାଙ୍କ ରିପୋର୍ଟ TRO 24

