Type Here to Get Search Results !

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ସାମୁହିକ ପୂଜାର୍ଚନା

 

ତାଳଚେର :-

ଏନଡିଏ ର ରାଷ୍ଟ୍ରପତି ପାର୍ଥୀନୀ ତଥା ଓଡ଼ିଶା ର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ ଙ୍କ ର ନିର୍ବାଚନ ଆସନ୍ତା କାଲି ସୋମବାର ଦିନ ହେବାକୁ ଯାଉଛି |ଏ ପରିପେକ୍ଷୀରେ ବିଜେପି ପକ୍ଷରୁ ତାଳଚେର ପୌରାଞ୍ଚଳ ରେମୁଆଁ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ସାମୁହିକ ପୂଜାର୍ଚନା, ଦୀପ ପ୍ରଜ୍ଜଳନ କରାଯିବା ସହ ହନୁମାନ ଚାଳିଶା ପାଠ କରାଯାଇଛି |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପୂଜାର୍ଚନା କରିବା ସହ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ ଦେଶର ସର୍ବୋଚ୍ଚ ଶାସନ ର ମୁଖ୍ୟ ଭାବେ ଜଣେ ଆଦିବାସୀ ଓ ମହିଳା ଙ୍କୁ ଚୟନ କରିଛନ୍ତି ଏଥିପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ପ୍ରକାଶ କରିଥିଲେ |ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ,ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ, ମଣ୍ଡଳ ସଭାପତି ଯଶୋବନ୍ତ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦୟା ସାଗର ମିଶ୍ର,ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ, ଜ୍ଞାନେନ୍ଦ୍ରୀୟ ସେଠି, କୋଷାଧକ୍ଷ ସତ୍ୟବନ୍ତ ସାହୁ, କାଉନସିଲର ଅନିତା ବିଶ୍ୱାଳ,ଅକ୍ଷୟ ବିଶ୍ୱାଳ,ଅମୁଲ୍ୟ ପ୍ରଧାନ,ମିଲ୍ଲୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ଝରଣା ମହାପାତ୍ର,କ୍ଷେତ୍ରବାସୀ ନାୟକ,ବିନ୍ଦା ସିଂହ, ସୁକାନ୍ତ ରାୟ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲ|

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.