ପଦ୍ମପୁର :-
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ଶିକ୍ଷାବର୍ଷ ର୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ୯୦% ଅଧିକ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରୁ ୧୭ ଜଣ ଓ ଗାଇସିଲାଟ ଶିଶୁ ମନ୍ଦିର ରୁ ୪ ଜଣ ଙ୍କୁ ଆଜି ବିଦ୍ୟାମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ ଜଣାଇବା ସହ ମାନପତ୍ର ଓ ମେଡାଲ ଦେଇ ସମର୍ଦ୍ଦିତ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ କାଳିଚରଣ ଦୁବେ (ବି.ଇ.ଓ ପଦ୍ମପୁର ) ମୁଖ୍ୟ ଅତିଥି ,ଡଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ବକ୍ତା ,ସମ୍ନାନୀତ ଅତିଥି ଭାବରେ ସଂକୁଳ ପ୍ରମୁଖ ଶ୍ରଯୁକ୍ତ ଦ୍ୱାଦଶ କୁମାର ପଧାନ, ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, ସଭାପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ, ପ୍ରମୁଖ ଯୋଗଦେଇ ଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।କଲ୍ୟାଣୀ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସଂପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

