ଚମ୍ପୁଆ :-
ଗତ କିଛି ଦିନ ତଳେ ଚମ୍ପୁଆ ରେଞ୍ଜ କୁ ପଶି ଆସିଥିବା ୨୩ ଟିକିଆ ହାତୀ ପଲ ଗତ ରାତି ରରୁଆଁଗୋଡା ଗ୍ରାମରେ ବ୍ୟାପକ କ୍ଷୟ କ୍ଷତି କରିଥିବା ଜଣା ପଡ଼ିଛି। ଗ୍ରାମରେ ହୋଇଥିବା ଏକର ଏକର ଖରାଟିଆ ଧାନ ଫସଲ ମାଡ଼ି ଚକଟି ନଷ୍ଟ କରିଥିବା ବେଳେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ହାତୀ ପଲ ରରୁଆଁ ଗୋଡା ଗ୍ରାମରେ କ୍ଷୟ କ୍ଷତି କରିବା ପରେ ନିକଟସ୍ଥ କେମୁଣ୍ଡିଆ ଗ୍ରାମ ଜଙ୍ଗଲରେ ରହିଛନ୍ତି। ହାତୀ ପଲ ରାରୁଆଁ ଗୋଡ଼ା ଗ୍ରାମର ବାମଦେବ ମହାନ୍ତ, ସୁଦାମ ଚରଣ ମହାନ୍ତ, ମୁକୁନ୍ଦ ମହାନ୍ତ, ଘନଶ୍ୟାମ ମହାନ୍ତ, ଭୈରବ ମହାନ୍ତ ଙ୍କ ଏକର ଏକର ଧାନ ଫସଲ ମାଡ଼ି ଚକଟି ନଷ୍ଟ କରିଥିବାରୁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

