ବ୍ରଜରାଜନଗର :-
ବୋଧହୁଏ ଆପଣ ଚକିତ ହୋଇଥିବେ ହେଡ୍ ଲାଇନ୍ ପଢି। କିନ୍ତୁ ଏହା ସତ। ଏଭଳି ସ୍ପେସାଲ ପାକୋଡ଼ି ମିଳୁଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ଗାନ୍ଧିଛକ ଠାରେ। ବର୍ଷା ସାଂଗକୁ ପାକୋଡି ର ମଜା ତ ନିଆରା। କିନ୍ତୁ ଏଭଳି ପକୋଡୀ ଖାଇ ସିଧା ଆପଣଙ୍କୁ ବୁକ୍ କରିବାକୁ ପଡ଼ିବ ମେଡିକାଲ ବେଡ୍। ତେବେ ଆସନ୍ତୁ ଜାଣିବା ଏ ପାକୋଡୀ କୁ ନେଇ ବିସ୍ତୃତ ବିବରଣୀ।
ଘଟଣା ଅନୁସାରେ, ଆଜି ଗାନ୍ଧିଛକ ଅଞ୍ଚଳର ଲକ୍ଷ୍ମୀ ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତି ଗାନ୍ଧିଛକ ୟୁକୋ ବ୍ୟାଙ୍କ ନିକଟରେ ଥିବା ରାଜସ୍ଥାନୀ ପାକୋଡ଼ି ଠାରୁ କିଛି ପାକୋଡ଼ି କିଣି ଘରକୁ ଆଣିଥିଲେ। ଘରେ ଯେତେବେଳେ ପ୍ୟାକେଟ ଖୋଲି ଦେଖିବ ବେଳେ ପାକୋଡ଼ି ସହ ଗୋଟିଏ ବ୍ୟାଣ୍ଡେଜ ମଧ୍ୟ ଛଣା ହୋଇ ପକୋଡ଼ୀ ସହଥିବା ଦେଖି ଏନେଇ ଦୋକାନୀ ନିକଟକୁ ଯାଇ ଅଭିଯୋଗ କରିଥିଲେ। ତେବେ ଏ ନେଇ ଉକ୍ତ ଦୋକାନୀ ବେପରୁଆ ଭାବେ ଉତ୍ତର ଦେଇ ତାଙ୍କୁ ଫେରାଇ ଦେଇଥିଲା। ତେବେ ଲକ୍ଷ୍ମୀ ନାରାୟଣ ଏନେଇ ଜିଲ୍ଲା ଖାଦ୍ୟ ବିଭାଗ ରେ ଅଭିଯୋଗ କରିବା ନେଇ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

