Type Here to Get Search Results !

ସମବାୟ ନିର୍ବାଚନକୁ ନେଇ ଗଣ୍ଡଗୋଳ ଉଭୟ ପକ୍ଷ ରୁ ୨ଜଣ ଗୁରୁତର ୪ଜଣ ଆହତ

ଚାନ୍ଦବାଲି :-

ଆକର ସମବାୟ ନିର୍ବାଚନ ପାଇଁ ସଜ ବାଜ କୁ ନେଇ ରାତିରେ ଶାସକ ଦଳ ଓ ବିରୋଧୀ ଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଓ ପଞ୍ଚାୟତ ଗୃହ ଭଙ୍ଗାରୁଜା । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ରେ ରାତି ପାହିଲେ ସମବାୟ ନିର୍ବାଚନ ଭୋଟ ହାତେଇବା ପାଇଁ ପାର୍ଥିମାନେ ଜି ଜାନ ଲଗାଇ ଦେଉଥିବା ଦେଖିବାକୁ ମିଳିଛି।ନୋଟ ଦେଇ ଭୋଟ ନେବାକୁ ଚାଲିଛି ଛକ୍କାପଞ୍ଜା । ଶାଶକ ଦଳର କର୍ମୀମାନେ ଗୋପିନାଥପୁର ପଞ୍ଚାୟତ ଅଫିସ ରେ ବସି ବିଚାର୍ ବିମର୍ଶ କରୁଥିବା ବେଳେ ବିରୋଧୀ ଦଳର କର୍ମୀ ମାନେ ପହଁଚି ଏହାକୁ ବାରଣ କରି ଥିଲେ ଯାହାକୁ ନେଇ ବଚସା ଆରମ୍ବ ହୋଇ ଥିଲା ଓ ପରେ ହାତାହାତି ହୋଇଥିଲା ବୋଲି ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ଉଭୟଙ୍କୁ ବୁଝା ସୂଜା କରି ପଠାଇ ଥିଲା । ପୋଲିସ ଯିବା ପରେ ପୁଣି ଥରେ ସେହି କଥାକୁ ନେଇ ଆରମ୍ବ ହୋଇଥିଲା ତୁମ୍ବିତୁଫାନ ଏବଂ ଖଣ୍ଡା ଭୁଜାଲି ର ଆକ୍ରମଣ । ଏହି ଆକ୍ରମଣ ରେ ଉଭୟ ପକ୍ଷ୍ୟରୁ ୬ଜଣ ଗୁରୁତର ହୋଇ ଲହୁଲୁହାଣ ହୋଇ ଥିବା ବେଳେ କିଛି ବାଇକ ମଧ୍ଯ ଭାଙ୍ଗି ଯାଇ ଥିବା ଦେଖିବାକୁ ମିଳିଛି । ବଂଶଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଚାନ୍ଦବାଲିରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.