Type Here to Get Search Results !

ଆପ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଏକ ସାଧାରଣ ସଭା ଆୟୋଜନ


ସୁବର୍ଣ୍ଣପୁର :-

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ରକସା ପଞ୍ଚାୟତ ର ହିଙ୍ଗମା ଗ୍ରାମରେ ଜିଲ୍ଲା ସଭାପତି ସୁରେଶ କଲତା ଙ୍କ ନେତୃତ୍ବରେ ପଞ୍ଚାୟତ ସ୍ତରୀୟ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଉଲୁଣ୍ଡା ବ୍ଳକ ସଭାପତି ପୃଥିରାଜ ଜଗଦଲା, ବୀରମହାରାଜପୁର ବ୍ଲକ ସଭାପତି ପର୍ଶୁରାମ ଥନାପତି, ପୂର୍ବତନ ସଭାପତି ଆୟୁଷ ମାନ ପୁରୋହିତ ଯୋଗଦାନ କରିଥିଲେ।

ଦୀଲ୍ଲି ସରକାର ଙ୍କ ଆଦର୍ଶ ନୀତି କୁ ଓଡିଶା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଆମ ଆଦମୀ ପାର୍ଟି ଓଡିଶା ପ୍ରତ୍ୟେକ ଗାଁ ମାନଙ୍କରେ ସଙ୍ଗଠନ ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆଗାମୀ ଦିନରେ ଓଡିଶା ରେ କେଜରିୱାଲ ଙ୍କ ସରକାର କିଭଳି ଭାବରେ ଆସିପାରିବ ତାହା ଜୀଲ୍ଲା ସଭାପତି ସୁରେଶ କଲତା ଗାଁ ର ଜନସାଧାରଣ ଙ୍କୁ ସଚେତନତା କରିବା ପାଇଁ ପ୍ରତ୍ୟେକ ଗ୍ରାମ ରେ ଏବଂ ପଞ୍ଚାୟତ ସ୍ତରରେ ପଞ୍ଚାୟତ ସଭାପତି ଗଠନ କରି ଲୋକଙ୍କ ସମସ୍ୟାକୁ ସରକାର ଙ୍କ ନିକଟ ରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଲୁଣ୍ଡା ବ୍ଳକ ରେ ବି ଏସ ପି ଦଳ ରୁ ଟିକେଟ ନେଇ ୬ହଜାର ଭୋଟ ହାସଲ କରିଥିଲେ ଶ୍ରୀଯୁକ୍ତ ଅଭିମନ୍ୟୁ ଡାଙ୍ଗ ସେ ଆଜି ଦୀଲ୍ଲୀ ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଏସପି ଦଳ ବର୍ଜନ କରି ଆମ ଆଦମୀ ପାର୍ଟି ଓଡିଶା ରେ ସାମିଲ ହେଲେ । ଏବଂ ଜିଲ୍ଲା ସଭାପତି ସୁରେଶ କଲତା ତାଙ୍କୁ ଜିଲ୍ଲା ସମ୍ପାଦକ ଦାୟିତ୍ବ ତୁଲାଇବା ପାଇଁ ମନୋନୀତ କରାଗଲା । ଏହି ସଭାରେ ଗ୍ରାମବାସୀଙ୍କ ଆମ ଆଦମୀ ପାର୍ଟି ଓଡିଶା ର ବୀଜୁଳୀ ଆନ୍ଦୋଳନ ର ଦସ୍ତଖତ ଅଭିଯାନ କୁ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନ ତୀବ୍ରତର କରି ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଥିଲେ ।ଶିକ୍ଷା, ସ୍ବାସ୍ଥ୍ୟ, ପାଣି, ବିଜୁଳି ଓ ରୋଜଗାର ର ରାଜନୀତି କୁ ସଫଳ କରିବା ପାଇଁ ଆଗଭର ହୋଇଥିବାର ଦେଖିବାକୁ ମିଳିଛି । ଗ୍ରାମ ବାସୀ ଙ୍କ ଭାଷଣ ଶୁଣି ଵିସ୍ବାସ କରିପାରିବେ ।ଏହା ସହ ରକସା ପଞ୍ଚାୟତ ର ସଭାପତି ଦାୟିତ୍ୱ ଶ୍ରୀଯୁକ୍ତ ଗଣେଶ ଅମାତ ଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଅନୂମତି ଦିଆଗଲା।ସେ ପଞ୍ଚାୟତ ର ପ୍ରତ୍ୟେକ ଗାଁ ମାନଙ୍କରେ ସଙ୍ଗଠନ ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଦୁଇଶହ ୟୁନିଟ ଦେୟମୂକ୍ତ ବିଜୁଳି ଆନ୍ଦୋଳନ ର ଦସ୍ତଖତ ଅଭିଯାନ କୁ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

 ସୁବର୍ଣ୍ଣପୁର ରୁ ସୁରେଶ୍ କଲତା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.