Type Here to Get Search Results !

ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ୩ଘଣ୍ଟିଆ ସତ୍ୟାଗ୍ରହ


ବଲାଙ୍ଗିର :-

 ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ କଂଗ୍ରେସ ପକ୍ଷରୁ ୩ଘଣ୍ଟିଆ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଏହି ସତ୍ୟାଗ୍ରହ କରାଯାଇଛି। ବେକାର ଯୁବକ ଓ ଯୁବତୀମାନଙ୍କୁ ଅଗ୍ନିପଥ ଯୋଜନାରେ ପ୍ରତାରଣା କରିଥିବା ଅଭିଯୋଗ କରି ଏହି ଯୋଜନାକୁ ବାତିଲ କରିବା ପାଇଁ ସତ୍ୟାଗ୍ରହ କରାଯାଇଛି।କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ କଣ୍ଟାବାଞ୍ଜି ଏନଏସିର କଂଗ୍ରେସ ନେତା ଓ କର୍ମୀମାନେ ଏହି ସତ୍ୟାଗ୍ରହରେ ଯୋଗ ଦେଇଥିଲେ। କେନ୍ଦ୍ରର ଏହି ଯୋଜନା ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧାରକୁ ଠେଲି ଦେଇଛି ବୋଲି ଥିବା ସତ୍ୟାଗ୍ରହରେ ଉପସ୍ଥିତ ନେତା ଅଭିଯୋଗ କରିଛନ୍ତି। ଅତିଶୀଘ୍ର ଏହି ଯୋଜନାକୁ ବାତିଲ ସତ୍ୟାଗ୍ରହରେ ଦାବୀ  କରାଯାଇଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.