ପଦ୍ମପୁର :-
ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୩ ତମ ଜନ୍ମଦିନ ପାଳନ କରାଯାଇଛି ।ଏ ଅବସରରେ ପାଇକମାଳ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ଅନ୍ତେବାସୀ ଙ୍କ ଗହଣରେ କେକ୍ କଟାଯାଇ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହାପରେ ପ୍ରଭୁ ନୃସିଂହନାଥ ଙ୍କ ଠାରେ ଦୀପ ପ୍ରଜ୍ବଳନ କରାଯାଇ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ପ୍ରୀତେଶ ବହିଦାର, ସରୋଜ ସାମଲ, କୈଳାସ ଦିଶ୍ରି, ସତ୍ୟ ନାରାୟଣ ବେହେରା, ଅଶୋକ ମିଶ୍ର, ଯୁଗୀନ୍ଦର ଭୋଇ,କୁନାଲ ପାଣିଗ୍ରାହୀ,ମଣ୍ଟୁ ପାଣ୍ଡେ, ଅମିତ୍ ଗର୍ଗ, ଲକ୍ଷ୍ମୀକାନ୍ତ ବରିହା, ଦୀନେଶ ବାରିକ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

