ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ରଣଜିତପୁର ଗ୍ରାମରେ ଅଭାବନୀୟ ଦୃଶ୍ୟମାନ ଦେଖିବାକୁ ମିଳିଛି । ସରକାର ଲୋକଙ୍କର ହିତ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯୋଜନାମାନ ର ସଫଳ ରୂପାୟନ ହୋଇ ପାରୁନାହିଁ । ବାସ୍ତବ ବ୍ଯକ୍ତି ସେହି ଯୋଜନାରେ ସାମିଲ ହୋଇ ପାରୁନାହିଁ । ତେଣୁ କରି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅଫିସର ମାନଙ୍କ ଅବହେଲା ହେତୁ ବା ପ୍ରଶାସନର ଦୁର୍ବଳତା ଯୋଗୁଁ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଥିବା ହେଉଛି ପ୍ରକୃତ ହିତାଧିକାରୀ ଲାଭ ଉଠାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ପାଇକମାଲ ବ୍ଲକ ଅନ୍ତର୍ଗତ ରଣଜିତପୁର ଗ୍ରାମର ନାନୁ ବାଗ ୮୮ ବର୍ଷ ହେଲାଣି ବାର୍ଦ୍ଧକ୍ଯ ଭତ୍ତା ଆଜି ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧ,କାମ କରିବାର କ୍ଷମତା ନାହିଁ । ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ମଧ୍ଯ କିଛି ସୁଫଳ ମିଳିପାରି ନାହିଁ । ପାଇକମାଲ ବ୍ଲକ ତଥା ବରଗଡ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ଯ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

