ପଦ୍ମପୁର :-
ଆଜି ରାଜ ବୋଡାସମ୍ବର କୃଷକ ସଂଗଠନ ଓ ବରଗଡ ଏସପିଙ୍କ ମଧ୍ଯରେ ଏସପିଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ଏସପି ରାହୁଲ ଜଏନ,ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ,ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆର ଉପସ୍ଥିତ ଥିଲେ । ବରଗଡ ଏସପି ଆଗାମୀ ୧୩ ତାରିଖରେ ହେବ କୁ ଥିବା ଜେଲ ଭରୋ ଆନ୍ଦୋଳନ କୁ ସ୍ଥଗିତ ରଖି ଆହୁରୀ ୧୫ ଦିନ ପ୍ରଶାସନ କୁ ସମୟ ଦିଅନ୍ତୁ ବୋଲି କୃଷକ ସଙ୍ଗଠନ କୁ ଅନୁରୋଧ କରିଥିଲେ । ମାତ୍ର ଏଥିରେ କୃଷକ ସଙ୍ଗଠନ କ୍ଷୁବଧ ହୋଇ କହିଲେ ଯେ ଗତ ଦିନ ମାନଙ୍କରେ କୃଷକ ମାନଙ୍କର ବୀମା ପ୍ରଦାନ କରିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରି ଆସୁଅଛୁଁ । ମାତ୍ର ସରକାର ଚାଷୀ ମାନଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ । ତେଣୁ ୧୩ ତାରିଖ ରେ ହେବାକୁ ଥିବା ଜେଲ ଭରୋ ଆନ୍ଦୋଳନ ନିଶ୍ଚିତ ଭାବେ ତିବ୍ରୀତର ହେବ ବୋଲି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପ୍ରକାଶ କରା ଯାଇଥିଲା । ଏହି ବୈଠକରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ରମେଶ ମହାପାତ୍ର, ଅଶୋକ ସାହୁ,ରୋହିତ ପଧାନ, କୌଲାସ ବାରିକ,ଅମୃତ ଲାଲ ସାହୁ, ଅଜିତ ସାହୁ,ବିଜୟ ସାହୁ,ରାହାସ ସାହୁ,ଅରବିନ୍ଦ ପଣ୍ତା,ସରୋଜ ସାହୁ,ବାଳକୃଷ୍ଣ ବନଛୋର,ପ୍ରଭାତ ସାହୁ,ମୁରଲୀଧର ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

