ବରପାଲି / ବରଗଡ଼ :-
ସରକାରୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ଗୁରୁତର। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ବରପାଲି ୨୬ ନମ୍ୱର୍ ଜାତୀୟ ରାଜପଥ ରେ। ମାଲକାନଗିରି ରୁ ଝାରସୁଗୁଡ଼ା ଅଭିମୁଖେ ଆସିଥିବା ଏକ ସରକାରୀ ବସ୍ ସହ ଏକ ଟ୍ରକ ଭୋର୍ ପ୍ରାୟ ୫ ଟା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ବରପାଲି ମେହେରପଡ଼ ନିକଟରେ ହୋଇଥିବା ବେଳେ ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲ କୁ ନିଆ ଯାଇଥିଲା। ତେବେ ଦୁଇ ଗାଡ଼ି ଡ୍ରାଇଭର ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାର କୁ ନିଆଯାଇଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ

