ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୁଡାକୁଟି,ଭଗବାନପୁର, ଧୂଷୁରି ,ଦଳାଙ୍ଗ ଓ ବମକୁରା ଆଦି ପାଞ୍ଚଗୋଟି ସମବାୟ ସମିତିରେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ବମକୁରା ସେବା ସମବାୟ ସମିତିରେ ଖୁଦୀରାମ ମଲ୍ଲିକ ନିଜ ସମର୍ଥିତ ବିଜୟୀ ପାର୍ଥିମାନଙ୍କୁ ନେଇ ପାର୍ଥୀପତ୍ର ଦାଖଲ କରିବା ସହ ଅପ୍ରତିଦ୍ବନ୍ଦି ଭାବେ ସଭାପତି ନିର୍ବାଚିତ ହୋଇଛନ୍ତି।ସେ ସଭାପତି ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ତେବେ ସେ ବମକୁରା ସେବା ସମବାୟ ସମିତିର ଚାଷୀ ମାନଙ୍କ ସମସ୍ୟାକୁ ଦୂର କରିବା ନେଇ କାର୍ଯ୍ୟ କରିବା ସହ କୈଣସି ସରକାରୀ ସହାୟତା ରୁ ଯେଭଳି ଚାଷୀ ମାନେ ବାଦ ନ ପଡିବେ ସେ ପତି ଦୃଷ୍ଟି ଦିଆଯିବ ବୋଲି ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ପାର୍ଥ ଖୁଦୀରାମ ମଲ୍ଲିକ ପ୍ରକାଶ କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

