ପଦ୍ମପୁର :-
ସରକାର ଯୋଜନା ଉପରେ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ,ବିଜୁ କାର୍ଯ୍ୟକାରୀ କରୁଛନ୍ତି ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ କି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନା ରୁ ବଞ୍ଚିତ ହୋଉଥିବା ବେଳେ ଜରିତଳେ ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଯେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତ ନୂଆଗାଁ ବଇଦପାଲି କିଶୋର ପ୍ରଧାନ ତାଙ୍କର ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି । କିଶୋର ଜଣେ ଭୂମିହୀନ । ସେ ଅନ୍ୟ ଘରେ ଆଶ୍ରୟ ନେଇଥିବା ବେଳେ ଅନ୍ୟର ମୂଳ ଲାଗି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କିଶୋର ଖରା ବର୍ଷା ଶିତ କାକରରେ ଜରିତଳେ ଜୀବନ ବିତାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପ୍ରଶାସନଙ୍କ ପାଖରେ ବାରମ୍ବାର ହାରିଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କିଶୋର କୋହଭରା କଣ୍ଠରେ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଗରିବ କିଶୋର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

