Type Here to Get Search Results !

ନାବାଳକକୁ ମରଣାନ୍ତକ ଆକ୍ରମଣ


ବାଲିକୁଦା :-

9ତାରିଖ ସନ୍ଧ୍ୟା ଛଅ ଘଟିକା ସମୟରେ କୃଷ୍ଣଦାସପୁର ପଞ୍ଚାୟତ ରାୟରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. ରାୟରପୁର ଗ୍ରାମରେ ଜଗନ୍ନାଥ ମନ୍ଦିର ର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଉକ୍ତ ଗ୍ରାମର ନିତ୍ୟାନନ୍ଦ ମହାନ୍ତିଙ୍କ ପୁଅ ଦୁର୍ଗାପ୍ରସାଦ 14ବର୍ଷ ମନ୍ଦିର ନିକଟକୁ ଯିବା ବାଟରେ ହଠାତ ଵାପିନା ସାହୂ ନାମକ ବ୍ୟକ୍ତି ବୟସ 30ବର୍ଷ ଦୁର୍ଗାପ୍ରସାଦ କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତା ମୁହଁକୁ ଚାପୁଡ଼ା, ମୁଥ ପରେ ମୁଥ ମାରିଚାଲିଥିଲେ. ଯାହାଫଳରେ ଦୁର୍ଗାପ୍ରସାଦ ର ମୁହଁ ରକ୍ତାକ୍ତ ହୋଇଯାଇଥିଲା. ଏହା ଦେଖି ସ୍ଥାନୀୟ ଲୋକ ଦୁର୍ଗାପ୍ରସାଦକୁ ଉଦ୍ଧାର କରିଥିଲେ।  ମା ଛବିଲତା ମହାନ୍ତି ତାଙ୍କ ପୁଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ଉକ୍ତ ଵାପିନା ସାହୁ ଙ୍କୁ ମୋ ପୁଅକୁ କାହିଁକି ମାରିଲୁ ପଚାରିବାରୁ ସେ ଅଶୀଳ ଭାଷାରେ ଗାଳି ଗୁଲଜ କରି ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଛବିଲତା ତାଙ୍କ ପୁଅକୁ ବାଲିକୁଦା ଡାକ୍ତରଖାନା ରେ ଚିକିତ୍ସା କରାଇ ନ୍ୟାୟ ପାଇବା ନିମନ୍ତେ ବାଲିକୁଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଦେଖିବାକୁ ବାକିରହିଲା କେବେ ଛବିଳତା ଏବଂ ତାଙ୍କ ପୁଅ ଦୁର୍ଗାପ୍ରସାଦ ଙ୍କୁ ବାଲିକୁଦା ପୋଲିସ ନ୍ୟାୟ ପ୍ରଦାନ କରୁଛନ୍ତି ।

ବାଲିକୁଦା ରୁ ଗୀତା ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.