Type Here to Get Search Results !

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପରିପ୍ରେକ୍ଷୀରେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଗସ୍ତ


ଝାରସୁଗୁଡ଼ା :- 

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ସେ ସବୁର ତଦାରଖ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀ ମାନଙ୍କର ନିର୍ବାଚନ ବ୍ୟୟ ତଦାରଖ ଓ ଆକଳନ କରିବା ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ମାଧବୀ କଟାରିଆ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ବ ସେବା ଅଧିକାରୀ ନେଲାପାଟଲା ଅଶୋକ ବାବୁ ବର୍ତ୍ତମାନ ଆମ ଜିଲ୍ଲାରେ ପହଞ୍ଚି ଅବସ୍ଥାନ କରୁଛନ୍ତି । ଯୋଗାଯୋଗ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀମତୀ କଟାରିଆଙ୍କ ମୋବାଇଲ ନମ୍ବର ୯୪୩୯୪୯୭୪୧୨ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଅଶୋକ ବାବୁଙ୍କ ମୋବାଇଲ ନମ୍ବର ୮୨୮୦୫୧୧୩୪୨ । ଅଭିଯୋଗ ଥିଲେ ହେଡକ୍ବାଟର୍ସରେ ଉପସ୍ଥିତ ଥିବା ଦିନ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ପୂର୍ବାହ୍ଣ ୧୦ ଘଟିକାରୁ ୧୧ଘଟିକା ମଧ୍ୟରେ ପ୍ରଦକ୍ଷଣ ଗୃହ , ଝାରସୁଗୁଡ଼ାରେ ଦେଖା କରିପାରିବେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.