Type Here to Get Search Results !

ସର୍ବ ସାଧାରଣରେ ଯୁବକ ଯୁବତୀ ଓ ଜଣେ ବୟସ୍କ ବ୍ୟକ୍ତି ଙ୍କ ମଦ୍ୟପାନ ଭିଡିଓ ଭାଇରାଲ


ବାସୁଦେବ ପୁର :- 

ଲଜ୍ଜା ନାହିଁକି ସରମ ବି ନାହିଁ। ନିଜର ଖାନଦାନୀ ବୁନିଆଦକୁ ଜଳାଂଜଳି ଦେଇ ସର୍ବସାଧାରଣ ସ୍ଥାନରେ ପ୍ରାୟ ସମବୟସ୍କ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ସମେତ ସେମାନଙ୍କ ଠାରୁ ଜଣେ ବୟସ୍କ ୩ ଜଣ ମଦ ପିଉ ଥିବାର ଭିଡିଓ ଭାଇରାଲ ହେଉଛି। ଲୁଚାଛୁପା ନୁହେଁ ବରଂ ଅନ୍ୟମାନଙ୍କୁ ଫଟୋ ଓ ଭିଡିଓ ଉତ୍ତୋଳନ କରିବାର ସୁଯୋଗ ମଧ୍ଯ ଦିଆଯାଉଛି।

ପ୍ରେମର ଉଶୃଙ୍ଖଳିତ ଆଚରଣ ହେଉ ଅଥବା ଅନ୍ୟ କିଛି ଉଦ୍ଦେଶ୍ଯରେ ସେମାନେ ବେଶ ହସଖୁସିରେ ବୋତଲରୁ ମଦ ଢାଳି ପିଇବା ପରେ ଉକ୍ତ ସ୍ଥାନ ଛାଡିଥିବା ଉକ୍ତ ଭିଡିଓ ଭାଇରାଲରୁ ଜଣା ଯାଇଛି। ଖବର ନେବାରୁ ଜଣାଗଲା ଯେ ଉକ୍ତ ଘଟଣାଟି ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ବେତାଳି ଗାଁ ବଜାରରେ ଘଟିଛି। ବଜାରଠାରୁ ୩ଷହ ମିଟର ଦୂରରି ଆଖଣ୍ଡଳମଣି କଲେଜ। ବଜାରରେ ମଧ୍ୟ ରହଳି ରହିଥିବା ବେଳେ କାହାକୁ ଖାତିର ନ କରି ନିର୍ଭୟରେ ସେମାନେ ମଦ ପିଉଥିବା ଦୃଶ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ପ୍ରାୟ ୫ ମିନିଟ ଧରି ସେମାନେ ମଦ୍ୟ ପାନ କରିଥିଲେ। ବଜାରର କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଫଟୋ ଉତ୍ତୋଳନ କରିଥିଲେ ବି ସେମାନେ ଏହାକୁ ଭ୍ରୂକ୍ଷେପ କରି ନ ଥିଲେ। ମଦ୍ୟପାନ ସାରି ସେମାନେ ୨ଟି ବାଇକ୍‌ରେ ଭଦ୍ରକ ଆଡକୁ ଚାଲି ଯାଇଥିଲେ। ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି। ଏଥିସହ ଏଭଳି ସ୍ପର୍ଶକାତର ଘଟଣାର ପୁନରାବୃତ୍ତି ନ ହେବା ଲାଗି ଦୃଷ୍ଟି ଦିଆଯିବ ବୋଲି ବଜାର କମିଟି ପକ୍ଷରୁ ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ରୁ ସେକ ସାହିଦ କାଦିରିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.