ପଦ୍ମପୁର,ତା ୧୧ ୵ ୫
ପଶ୍ଚିମ ଓଡିଶାର ସର୍ବ ବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଏକ ଦିନପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଲା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଲା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ତରଫରୁ ଏଥି ପାଇଁ ବ୍ଯାପକ ପ୍ରସ୍ତୁତି କରା ଯାଇଛି । ଆସନ୍ତା ମେ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଲା ଅନୁଷ୍ଠିତ ହେବ । ୧୨ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞର କଳସ ଯାତ୍ରା,୧୩ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ ଓ ବୀଜମନ୍ତ୍ର ଜପ,୧୪ ତାରିଖରେ ବିଶ୍ବଶାନ୍ତି ଯଜ୍ଞ,ନୃସିଂହନାଥ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମ ଉତ୍ସବ,ଧ୍ଵଜାବନ୍ଧ,କନ୍ଦ ସମାଜ ଦ୍ବାରା ପିଠକନ୍ଦା ଭୋଗ ଅର୍ପଣ ଓ ବୀଜମନ୍ତ୍ର ଜପ,୧୫ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ,ବୀଜମନ୍ତ୍ର ଜପ,୧୬ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବ । ଏନେଇ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

