କେନ୍ଦ୍ରାପଡ଼ା :-
ଆମ ଦେଶ ଭାରତରେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କୃଷି ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ । କୃଷି ଏବଂ କୃଷକର ଉନ୍ନତି ପାଇଁ ବର୍ଷ କୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । କୃଷକକୁ କୃଷି ଋଣ , ବିହନ, ସାର, ପାଣି, ଅଖା ଇତ୍ୟାଦି ପ୍ରଦାନ ବାବଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ସରକାର କୃଷକ ମାନଙ୍କ ମେରୁଦଣ୍ଡ ସୃଦୃଢ କରିବା ପାଇଁ ପ୍ରୟାସ କରୁଛନ୍ତି । ଧୋଇ ଓ ମରୁଡି ହେଲେ କୃଷକ ମାନଙ୍କୁ ଧୋଇ ମରୁଡି ର ଆକଳନ କରି ସେମାନଙ୍କୁ ଫସଲ କ୍ଷତି ବାବଦରେ ଟଙ୍କା ପ୍ରଦାନ କରୁଛନ୍ତି ଏବଂ ବିଭିନ୍ନ ସମୟରେ ସରକାର କୃଷି ଋଣ ମଧ୍ୟ ଛାଡ କରୁଛନ୍ତି । କିନ୍ତୁ କୃଷକଟି ଜାଣିପାରୁ ନାହିଁ ସେ କେତେ ଟଙ୍କା କୃଷି ଋଣ କରିଛି ସରକାର କେତେବେଳେ କୃଷି ଋଣ ଛାଡ଼ କରୁଛନ୍ତି ଏବଂ ସରକାର କୃଷି ପାଇଁ କି କି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି କାରଣ ବିଭିନ୍ନ ସମବାୟ ସମତିର ଅଧିକାରୀ ମାନେ କୃଷକ ମାନଙ୍କ ଠାରୁ ସେମାନଙ୍କ ପାସ୍ ବୁକ୍ , Blank କାଗଜ ଏବଂ ଫର୍ମ ରେ ଆଗୁଆ ଦସ୍ତଖତ ନେଉଛନ୍ତି । ନୀରିହ କୃଷକଟି ସରକାରଙ୍କ ଠାରୁ କିଛି ସୁବିଧା ଓ ସହାୟତା ପାଇବା ଆଶାରେ ସରକାରୀ ବାବୁଙ୍କ ପାଖରେ ସବୁ ଜଳାଞ୍ଜଳି ଦେଇଥାନ୍ତି । ମଣ୍ଡି ଦୁର୍ନୀତି କଥା ସମସ୍ତେ ଜାଣନ୍ତି କୃଷକମାନଙ୍କ ଫସଲ ସରକାର ଅଧିକ ଟଙ୍କା ଦେଇ କିଣନ୍ତି କିନ୍ତୁ ବାସ୍ତବରେ କୃଷକ ମାନେ ଏହାର ଲାଭ ପାଆନ୍ତି ନାହିଁ । କାରଣ ସମବାୟ ଅଧିକାରୀ ଚଞ୍ଚକତାର ସହିତ ଜାଲିଆତି କରି କୃଷକ ମାନଙ୍କ ନାମରେ ବେପାରୀ ମାନଙ୍କ ଫସଲ କିଣନ୍ତି । ଯାହାକି କୃଷକ ଜାଣିନଥାଏ । କାରଣ ସମବାୟ ଅଧିକାରୀ ମାନେ କୃଷକ ମାନଙ୍କ ସେମାନଙ୍କ ବ୍ୟାଙ୍କ ପାସ ବୁକ୍ ଦିଅନ୍ତି ନାହିଁ ଓ ସୂଚନା ଅଧିକାର ଆଇନ୍ ରେ ତଥ୍ୟ ମଧ୍ୟ ଦିଅନ୍ତି ନାହିଁ । ମଣ୍ଡିରେ ଏପରି ବର୍ଷ କୁ କୋଟି କୋଟି ଟଙ୍କା ଲୁଟ୍ ହୁଏ । ତେଣୁ କୃଷକ ମାନଙ୍କ ନାମରେ ଟଙ୍କା ଆସିଲେ କିମ୍ବା ଗଲେ ସେମାନେ ଜାଣିପାରନ୍ତି ନାହିଁ କିମ୍ବା କୃଷକ ମାନଙ୍କୁ ସରକାର ଦେଉଥିବା ସୁବିଧା, ସହାୟତା ବିଷୟରେ ସମବାୟ ସମିତି ଅଧିକାରୀ ଅବଗତ କରାନ୍ତି ନାହିଁ । ରାଜ୍ୟରେ ଏହିଭଳି ହଁ କୃଷି ଓ କୃଷକ ମାନଙ୍କ ନାମରେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲୁଟ୍ ହେଉଛି । ଏହି ସମସ୍ତ ଅର୍ଥ କାରାବାର ଓ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବା ନିହାତି ଦରକାର । ( ଯଦି ସରକାର ଏବାବଦରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ କୌଣସି ସଂସ୍ଥା ଦ୍ୱାରା ଏହାର Report ମଗାଇ ପାରିବେ ନଚେତ ଆବଶ୍ୟକ ସ୍ଥଳେ ଆମ୍ଭେମାନେ ମଧ୍ୟ ସହଯୋଗ କରିବା ପାଇଁ ପ୍ରସ୍ତୁତ ) । ଲୋକ ମାନଙ୍କ ଟଙ୍କା ଲୋକ ମାନଙ୍କ ପାଇଁ ଖର୍ଚ୍ଚ ହେଉଛି ଲୋକ ମାନଙ୍କର ହିସାବ ରଖିବାର ମଧ୍ୟ ଅଧିକାର ଅଛି । ସୂଚନା ଅଧିକାର ଆଇନ୍ ଏହି ଅଧିକାର ସାଧାରଣ ଲୋକ ମାନଙ୍କୁ ଦେଇ ଥାଏ । ଓଡ଼ିଶା ରାଜ୍ୟରେ ବିଭିନ୍ନ ସମୟରେ ବହୁ ଜିଲ୍ଲାରୁ ଅଭିଯୋଗ ଆସେ କି: ଜଣେ ବ୍ୟକ୍ତି କୃଷି ଊଣ କରିନଥିବ କିନ୍ତୁ ସେହି ବ୍ୟକ୍ତି ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଣ ଥିବ । ଏମିତିକି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏବଂ ଭୂତ (Fake) ବ୍ୟକ୍ତି ନାମରେ କୋଟି କୋଟି ଟଙ୍କା କୃଷିଋଣ ହୋଇ କୃଷକ ମାନଙ୍କ ଟଙ୍କା ଲୁଟ୍ ହେବାର ଅଭିଯୋଗ ଆସେ । ବିହନ, ସାର, ପାଣି, ମଣ୍ଡି, ଅଖା ଇତ୍ୟାଦି ର ଲାଭ ପ୍ରକୃତ କୃଷକ ପାଏ ନାହିଁ ସବୁଥିରେ ଦୁର୍ନୀତି ହଁ ଦୁର୍ନୀତି । ସବୁ ଯୋଜନାରେ କୃଷକ ମାନଙ୍କୁ ଲାଞ୍ଚ ଦେବାକୁ ପଡେ । ବିଶେଷ କରି କୃଷି ଋଣ ବାବଦରେ କୃଷକ ମାନଙ୍କ ଠାରୁ ଅଧିକାରୀ ଅଧିକ ଲାଞ୍ଚ ନିଅନ୍ତି । ସମବାୟ ସମତି ବିଭାଗରେ ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ବ ପାଇଁ ସୂଚନା ଅଧିକାର ଆଇନ୍ ରେ ତଥ୍ୟ ପ୍ରଦାନ କରିବା ନିତ୍ୟାନ୍ତ ଆବଶ୍ୟକ । ପ୍ରତ୍ୟେକ କାର୍ଯ୍ୟାଳୟ ଓ ବିଭାଗରେ ସ୍ୱଚ୍ଛତା ରହିବା ଆବଶ୍ୟକ । ସରକାର ଏହି ବିଭାଗର ସୋତନ୍ତ୍ର ଅଡିଟ୍ କରନ୍ତୁ ଏବଂ ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ଦାବି ଗୁଡିକ ନେଇ ଆଜି, ଓଡ଼ିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ "ଧାରଣା" ଦିଆଯାଇଛି।କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

