କେନ୍ଦ୍ରାପଡ଼ା :-
ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ, ଅନୁଗୁଳ ଦ୍ଵାରା ପ୍ରାୟୋଜିତ ଉତ୍ସବରେ ସହସ୍ରାଧିକ ସାହିତ୍ୟିକ , ସନ୍ଥ,ଅତିଥି ଏବଂ ଆଧ୍ୟାତ୍ମିକ ପ୍ରେମୀ ମାନେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରାଜ୍ୟରେ ପ୍ରଥମଥର ପାଇଁ ସାହିତ୍ୟ ଏବଂ ଆଧ୍ୟାତ୍ମିକତାର ମହାମିଳନରେ ଏକ ଐତିହାସିକ ସମାବେଶ ମଧ୍ୟରେ ସାଧୁସନ୍ଥଙ୍କ ପୂଜା ଏବଂ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ରାଜ୍ୟ ସଭାପତି ଗାୟତ୍ରୀ ସିଂହ ଏବଂ ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଞ୍ଚାଳନରେ ସମାହିତ ଉତ୍ସବକୁ ସଂଯୋଜନା କରିଥିଲେ ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା , କବି ସୌରଭ ରଞ୍ଜନ କୁମାର ମହାନ୍ତି ,କବି ରାଇରଞ୍ଜନ ନନ୍ଦ ଓ କବି ଶିବାନନ୍ଦ ବାରିକ ।
ବେଦମନ୍ତ୍ରର ନିନାଦିତ ଧ୍ଵନିରେ ଯୋରନ୍ଦା ସ୍ଥିତ ମହିମା ଗାଦି ଏବଂ ରାଜ୍ୟର ଅନ୍ୟାନ୍ୟ ଆଶ୍ରମରୁ ବ୍ରହ୍ମାବଧୂତ ପରସନ୍ନ୍ୟାସୀଙ୍କ ସମେତ ଶତାଧିକ ସାଧୁସନ୍ଥ ଯୋଗଦେଇ ମହିମା ଧର୍ମ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ କବି ରଞ୍ଜନ କୁମାର ଦାସ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ , ଅଭିନେତା କୁନା ତ୍ରିପାଠୀ , ବ୍ୟଙ୍ଗକବି ଜ୍ଞାନ ହୋତା , ବ୍ରହ୍ମଚାରୀ ମାନସ ଚୈତନ୍ୟ ମହାରାଜ , ଡକ୍ଟର ବିଜୟାନନ୍ଦ ସିଂହ , ଡକ୍ଟର ପ୍ରତିଭା ମହାରଥୀ , କବି ବିପିନ ବିହାରୀ ବାରିକ , କବି ଡକ୍ଟର କବିତା ପ୍ରଧାନ ଏବଂ ଡକ୍ଟର ନିରଞ୍ଜନ ତ୍ରିପାଠୀ ପ୍ରମୂଖ ସମ୍ମିଳନୀକୁ ଉଦ୍ବୋଧିତ କରିଥିଲେ । ଇତ୍ୟବସରରେ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଦ୍ଵାରା ସମ୍ପାଦିତ ସମ୍ମିଳନୀର ମୁଖପତ୍ର " ସନ୍ଥ ଭୀମପ୍ରଭା " ଲୋକାର୍ପତ ହେବା ସଙ୍ଗେ ସଙ୍ଗେ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କ " ବୈଦିକ ସନାତନ ଧର୍ମର ମୁନିଋଷି ଗଣ " ଗ୍ରନ୍ଥ ଓ କବି ସ୍ନେହ ମିଶ୍ରଙ୍କ କବିତା ସଂକଳନ " ଅମୃତ ବିନ୍ଦୁ " କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ।
ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁ ପ୍ରତିଭାଧରଙ୍କ ମଧ୍ୟରେ ରାଜଶ୍ରୀ ପରିବାରର ସଦସ୍ୟ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ , କବି ବିପିନ ବିହାରୀ ବାରିକ , କବି ସୌରଭ ରଞ୍ଜନ କୁମାର ମହାନ୍ତି,କବି ମୋନାଲିସା ସିଂହ ,କବି ବୀଣାପାଣି ଚୌଧୁରୀ , କବି ବିନୋଦିନୀ ଦାଶ , କବି ବନଲକ୍ଷ୍ମୀ ମହାନ୍ତି , କବି ନଳିନୀକାନ୍ତ ପାଢ଼ୀ , କବି ଲତା ବେହେରା ,କବି ହୃଦୟ ରଞ୍ଜନ ରାଉତ ,ସମାଜସେବୀ ଅକ୍ଷୟ କୁମାର ତରାଇ ଏବଂ ଶିଶୁକବି ଦିବ୍ୟାଂଶୀ ମହାନ୍ତି ଆଦିଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ମହାସମ୍ମିଳନୀକୁ ସର୍ବଶ୍ରୀ ଭରତଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ସାହୁ , ବୀରେନ୍ଦ୍ର ଜେନା , ସୁଜାତା ଶତପଥି ,ଏବଂ ରାଜେଶ୍ଵରୀ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ରାଜ୍ୟ ଉପସଭାପତି ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

